ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ର ଛାତି ଉପରେ ବାର ପୁରିକିଆ ନିକଟ ହନୁମାନ ବଜାର ଠାରେ ଗତ ୨୯ ତାରିଖ ଦିନ ଉଦ୍ଘାଟନ ହୋଇଥିଲା ଏକ ଘରୋଇ ହସ୍ପିଟାଲ ଯାହାର ନାମ ହେଲଥ୍ କେୟାର ହସ୍ପିଟାଲ । ଏହି ହସ୍ପିଟାଲ ଖୋଲିବାର ମାତ୍ର ୩ ରୁ ୪ ଦିନ ହୋଇଥିବା ବେଳେ ରୋଗୀ ମଧ୍ୟ ଚିକିତ୍ସା ପାଇଁ ଆସିଥାନ୍ତି । ସୂଚନା ଯୋଗ୍ୟ ଯେ ଜଣେ ଗର୍ଭବତୀ ମହିଳା ମଧ୍ୟ ପ୍ରସୂତୀ ପାଇଁ ଏହି ହସ୍ପିଟାଲ କୁ ଆସିଥିଲେ ଅସ୍ତ୍ର ପ୍ରଚାର କରି ସିଯରିଂ କରାଯାଇ ଏକ ଛୁଆ ମଧ୍ୟ ଜନ୍ମ ହୋଇଥିଲା । କିନ୍ତୁ ବଡ଼କଥା ହେଉଛି ଏହି ହସ୍ପିଟାଲ ଟି କୌଣସି ପଞ୍ଜିକରଣ ହୋଇ ନାହିଁ କି ସଠିକ୍ କାଗଜ ପତ୍ର ନାହିଁ । ଯାହା କି କୌଣସି ସୂତ୍ର ରୁ ଉପରିସ୍ଥ ସ୍ବାସ୍ଥ୍ୟ ବିଭାଗ ଖବର ପାଇ ଥିଲେ । ଏବଂ ଏହି ହସ୍ପିଟାଲ ର ଡ଼ାକ୍ତର ସୁଶାନ୍ତ ମହାନ୍ତି ବହୁ ତତ୍ପର ତାର ସହ ହସ୍ପିଟାଲ ର ମୁଖ୍ୟ ଗେଟ୍ ତାଲା ପକାଇ ରାତି ଅଧରେ ରୋଗୀ ମାନଙ୍କୁ ହସ୍ପିଟାଲ ର ପଛ ଗେଟ୍ ଦ୍ଵାରା ଅଟୋ ସାହାଯ୍ୟ ରେ ନିଜ ନିଜ ଘରକୁ ପଳେଇ ଯିବାପାଇଁ କହିଥିଲେ। ଏବଂ କହିଲେ ମୁଁ ନିଜେ ଯାଇ ଘରେ ତମ ମାନଙ୍କୁ ଚିକିତ୍ସା କରି ଆସିବି । ବଡ଼ ଚକିତ କରିଦେଲା ଭଳି ଘଟଣା ।। ଡାକ୍ତର ବାବୁଙ୍କୁ ଏହି ସବୁ ବିଷୟରେ ପଚାରିବାରୁ ଉତ୍ତର ନଦେଈ ଦଉଡ଼ି ଦଉଡ଼ି ଅନ୍ୟ ଜଣଙ୍କ ବାଇକ୍ ରେ ବସି ଛୁ ମାରିଲେ ।। ଯାହାକି ସମସ୍ତଙ୍କୁ ଅଧିକ ସନ୍ଧହ ଉପୁଜିବାର ଲାଗିଛି ।। ଏହି ହସ୍ପିଟାଲ ଟିକୁ ସଠିକ୍ ଭାବେ ଯାଞ୍ଚ କରାଯିବାପାଇଁ ସାଧାରଣ ରେ ଦାବି ଯୋର ଧରିଛି।।





