Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମିକାକୁ ହତ୍ୟା କରି ଗଛରେ ଝୁଲାଇ ଦେଲା ପ୍ରେମିକ

by ସଞ୍ଜୟ ସ୍ୱାଇଁ
August 1, 2022
in Crime, State
ବାପାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ୨ ପୁଅ
36
VIEWS
Share on FacebookShare on Twitter

କଳାହାଣ୍ଡି, (ବାଘୁଆବାର୍ତ୍ତା): କୁହାଯାଏ ପ୍ରେମ ଶାଶ୍ୱତ ଓ ଚିରନ୍ତନ। ପ୍ରେମରେ ସ୍ୱାର୍ଥ ନ ଥାଏ। କେବଳ ଅଜସ୍ର ଭଲପାଇବା ହିଁ ପ୍ରେମ। ହେଲେ ନିଶାଶକ୍ତ ପ୍ରେମିକ ଏହା ବୁଝିବା ମୁସକିଲ। ତେଣୁ ପାହାଡ଼ ଉପରକୁ ଡାକିନେଇ ପ୍ରେମିକାକୁ ଗଳା ଚିପି ହତ୍ୟା କରିଛି। ପରେ ଘଟଣାକୁ ଆତ୍ମହତ୍ୟାର ରୂପ ଦେବା ନିମନ୍ତେ ରଶିରେ ମୃତ ଯୁବତୀଙ୍କ ଗଳାକୁ ବାନ୍ଧି ଗଛରେ ଝୁଲାଇ ଦେଇଛି। ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିକେରଗୁଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି। ହତ୍ୟାର ଶିକାର ଯୁବତୀ ଜଣକ ସିକେରଗୁଡ଼ା ଗ୍ରାମର ରୁପା ମାଝୀଙ୍କ ଝିଅ ଦୀପା ମାଝୀ(୧୮)। ହତ୍ୟାକାଣ୍ଡ ଗତ ବୁଧବାର ଘଟିଥିବା ବେଳେ ଆଜି ଶବ ମିଳିବା ପରେ ଘଟଣା ସାମ୍ନାକୁ ଆସିଛି। ଗୁଡାଙ୍ଗ ଗାଁର ଯୁବକ ସାନ ମାଝୀ(୨୫) ଝିଅକୁ ହତ୍ୟା କରିଥିବା ନେଇ ଯୁବତୀଙ୍କ ବାପା ପୁଲିସରେ ଅଭିଯୋଗ କରିଥିଲେ। ପରେ ପୁଲିସ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେବା ସହ ସାନ ମାଝୀଙ୍କୁ ବାନ୍ଧି ଆଣି ପଚରାଉଚରା କରିଥିଲା। ଏହି ସମୟରେ ସେ ଏହି ନାରକୀୟକାଣ୍ଡ ଘଟାଇଥିବା ପୁଲିସ ଆଗରେ ମାନିଛି। ଅନ୍ୟପଟେ ପୁଲିସ ପାହାଡ଼ ଉପରେ ପହଞ୍ଚି ଶବ ଜବତ କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏନେଇ ହତ୍ୟାକାଣ୍ଡର ଶିକାର ଯୁବତୀଙ୍କ ବାପା କହିଛନ୍ତି, ଦୀପା ଗତ ବୁଧବାର ଦିନ ସନ୍ଧ୍ୟାରେ ଗାଁ ନିକଟ ନାଳକୁ ଗାଧୋଇବାକୁ ଯାଇଥିଲା। ହେଲେ ଆଉ ଘରକୁ ଫେରିନଥିଲା। ରାତି ହେବାରୁ ସମସ୍ତେ ବହୁତ ଖୋଜାଖୋଜି କରିଥିଲେ। ହେଲେ ଝିଅକୁ ପାଇନଥିଲେ। ଆଜି କିଛି ସ୍ଥାନୀୟ ଲୋକ ନିକଟସ୍ଥ ପାହାଡ଼କୁ ଯାଇଥିବା ବେଳେ ସେଠାରେ ଗନ୍ଧ ବାହାରୁଥିବା ବାରିପାରି ଦେଖନ୍ତି ଝିଅର ଶବ ଝୁଲୁଛି। ସେମାନଙ୍କ ଠାରୁ ଖବର ପାଇ ପରିବାର ଲୋକେ ଘଟଣାସ୍ଥାରେ ପହଞ୍ଚି ଝିଅର ଝୁଲନ୍ତା ମୃତଦେହ ଦେଖିଥିଲେ। ପରେ ପୁଲିସକୁ ଖବର ଦେଇଥିଲେ। ଅଭିଯୁକ୍ତ ଯୁବକ ମଦ୍ୟପାନ କରିବା ପରେ ଝିଅକୁ ଜୋରକରି ପାହାଡ଼କୁ ନେବା ପରେ ହତ୍ୟା କରିଥିବା ମୃତ ଯୁବତୀଙ୍କ ବାପା କହିଛନ୍ତି। ପୁଲିସ କହିଛି, ପ୍ରେମ ବ୍ୟାପାରକୁ ନେଇ ଘଟଣା ଘଟିଛି। କୌଣସି କାରଣକୁ ନେଇ ଦୁହିଁଙ୍କ ଭିତରେ ବିବାଦ ଉପୁଜିବାରୁ ପାହାଡ଼ ଉପରେ ଯୁବତୀଙ୍କୁ ଅଭିଯୁକ୍ତ ହତ୍ୟା କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୁଲିସ କହିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!