Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମିକ ଆତ୍ମହତ୍ୟା ମାମଲା: ପ୍ରେମିକା ସମେତ ୪ ଅଭିଯୁକ୍ତ ଗଲେ ଜେଲ୍‌

by ସଞ୍ଜୟ ସ୍ୱାଇଁ
August 1, 2022
in Crime, State
ପ୍ରେମିକ ଆତ୍ମହତ୍ୟା ମାମଲା: ପ୍ରେମିକା ସମେତ ୪ ଅଭିଯୁକ୍ତ ଗଲେ ଜେଲ୍‌
81
VIEWS
Share on FacebookShare on Twitter

ଦଶରଥପୁର, (ବାଘୁଆବାର୍ତ୍ତା): ମଙ୍ଗଳପୁର ଥାନା ତଥା ଦଶରଥପୁର ବ୍ଲକ୍‌ ଜାଫରପୁର ପଞ୍ଚାୟତ ଚଉଳିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସାନ ପୁଅ ଶେଷଦେବ (୨୬) ଚଳିତ ମାସ ୧୬ତାରିଖ ବିଳମ୍ବିତ ରାତିରେ ନିଜ ଶୋଇବା ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଶେଷଦେବଙ୍କୁ ବ୍ଲାକ୍‌ମେଲିଂ କରାଯାଉଥିଲା । ଯାହା ଫଳରେ ସେ ଆତ୍ମହତ୍ୟାକରିଛନ୍ତି ବୋଲି ଶେଷଦେବଙ୍କ ଭାଇ ଚଳିତ ମାସ ୨୨ତାରିଖରେ ମଙ୍ଗଳପୁର ଥାନାରେ ଅଭଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ୪୨୪/୨୨ରେ ଭାରତୀୟ ଦଣ୍ଡ ସଂହିତା ଧାରା ୩୦୬/୩୪/୩୮୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ଆଧାରରେ ଥାଲକୁଡ଼ି ପଞ୍ଚାୟତ ଦକ୍ଷିଣବନ୍ଧ ଗ୍ରାମର ଧୀରେନ୍ଦ୍ର ଦାସଙ୍କ ଝିଅ ଲଭ୍‌ଲିବାଳା ଓରଫ୍‌ ବର୍ଷା (୨୫), ସେହି ଗ୍ରାମର ଭାଷ୍କର ସାମଲଙ୍କ ପୁଅ ତାପସ ଓରଫ୍‌ ମୁନା, ସୁକୁନି ଦାଶଙ୍କ ପୁଅ ସୁଧାଂଶୁ ଓରଫ୍‌ ଧନ ଏବଂ ଶୁଭମ୍‌ ଓରଫ୍‌ ବିଟୁକୁ ପୁଲିସ ରବିବାର ଦିନ ଗିରଫ ଦର୍ଶାଇଥିଲା । ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ୪ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସନ୍ଧ୍ୟା ପ୍ରାୟ ୬ଟାରେ ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଜାମିନ୍‌ ନାମଞ୍ଜୁର ହେବାରୁ ସମସ୍ତ ୪ଜଣ ଅଭିଯୁକ୍ତଙ୍କୁ ଜେଲ୍‌ ଯିବାକୁ ପଡ଼ିଛି । ଅଭିଯୋଗ ଅନୁସାରେ ଶେଷଦେବ ଦକ୍ଷିଣବନ୍ଧ ଗ୍ରାମର ବର୍ଷାକୁ ଦୀର୍ଘ ବର୍ଷହେଲା ଭଲ ପାଉଥିଲେ । ଏହି ସମୟ ମଧ୍ୟରେ ଶେଷଦେବଙ୍କ ଠାରୁ ବର୍ଷା ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଉପହାର ଆକାରରେ ବିଭିନ୍ନ ସମୟରେ ନେଇଛି । ଇତି ମଧ୍ୟରେ ବର୍ଷା ଦକ୍ଷିଣବନ୍ଧ ଗ୍ରାମର ମୁନାକୁ ଭଲ ପାଇଥିଲା । ଯାହାର କିଛି ଅଶ୍ଳୀଳ ଫଟୋ ଧନ ଓ ବିଟୁ ମାଧ୍ୟମରେ ଶେଷଦେବ ପାଖକୁ ପଠାଇଥିଲା । ଏହି ଫଟୋ ଦେଖିବା ପରେ ଶେଷଦେବ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲା । ଏହ ଫଟୋ ଡିଲିଟ୍‌ କରିବା ପାଇଁ ଶେଷଦେବ ଧନକୁ ଅନୁରୋଧ କରିଥିଲା । ମାତ୍ର ଧନ, ବିଟୁ, ମୁନା ଓ ବର୍ଷା ମିଳିମିଶି ଶେଷଦେବକୁ ବ୍ଲାକ୍‌ମେଲିଂ ଆରମ୍ଭ କରିଥିଲେ । ୮୦ହଜାର ଟଙ୍କା ଦେଲେ ଫଟୋ ଡିଲିଟ୍‌ କିରବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବରେ ଶେଷଦେବ ରାଜି ହେବା ସହ ୮୦ହଜାର ଟଙ୍କା ଦେଇଥିଲା । ଟଙ୍କା ପାଇବା ପରେ ଫଟୋ ଡିଲିଟ୍‌ କରିନଥିଲେ । ବରଂ ଅଧିକ ଟଙ୍କା ମାଗିଥିଲେ । ଟଙ୍କା ନଥିବା ପ୍ରକାଶ କରିବା ପରେ ଦାମି କ୍ୟାମେରା, ଲାପଟପ୍‌ ବିକ୍ରିକରି ଟଙ୍କା ଦେବାକୁ ବାଧ୍ୟ କରିବାରୁ ନିରାଶ ହୋଇ ଶେଷଦେବ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ପକ୍ଷରୁ ଶେଷଦେବଙ୍କ ବଡ଼ ଭାଇ ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌ ପ୍ରାଥମିକ ପର୍ୟ୍ୟାୟରେ ବର୍ଷା ଓ ମୁନାକୁ ଥାନାକୁ ଆଣି ପଚରାଉଚରା କରିଥିଲା । ଘଟଣାର ସତ୍ୟତା ଥିବା ପୁଲିସ ଜାଣିବା ପରେ ତଦନ୍ତ ପ୍ରକିୟାକୁ ତ୍ୱରାନ୍ୱିତ କରିଥିଲା । ସୁରକ୍ଷା ଦୃଷ୍ଟିରୁ ବର୍ଷାକୁ ସର୍ତ୍ତମୂଳକ ଘରକୁ ଛାଡ଼ିଥିବା ବେଳେ ଧନ ଓ ବିଟୁ ଥାନାରେ ହାଜର ନହେଲା ପର୍ୟ୍ୟନ୍ତ ମୁନା ଥାନାରେ ଅଟକ ରହିବ ବୋଲି ପୁଲିସ ପ୍ରକାଶ କରିଥିଲା । ଚଳିତ ମାସ ୨୮ ତାରିଖ ରାତି ପ୍ରାୟ ୯ଟା ସମୟରେ ଧନ ଓ ବିଟୁ ଥାନାରେ ହାଜର ହୋଇଥିଲେ । ପରଦିନ ଅର୍ଥାତ ୨୯ତାରିଖ ସକାଳେ ପୁଲିସ୍‌ ମୁନା, ଧନ, ବିଟୁ ଓ ବର୍ଷାକୁ ଥାନାରେ ସାମ୍ନାସାମ୍ନି ଜେରା କରିଥିଲେ ମଧ୍ୟ କୌଣସି ନିଷ୍ପତ୍ତିରେ ପହଞ୍ଚିପାରିନଥିଲା । ନ୍ୟାୟ ପ୍ରଦାନରେ ବିଳମ୍ବ ହେଉଥିବାରୁ ୩୦ ତାରିଖ ଦିନ ଶେଷଦେବଙ୍କ ଭାଇ ପିତାମ୍ୱର ସାହୁ ପାଣିକୋଇଲିସ୍ଥିତ ଜିଲ୍ଳା ଆରକ୍ଷୀ ଅଧୀକ୍ଷଙ୍କ କାର୍ୟ୍ୟାଳୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ୍‌ ପିଆରଙ୍କୁ ସାକ୍ଷାତ କରିଥିଲେ । ସାକ୍ଷାତ ସମୟରେ ପିତାମ୍ବର ସମସ୍ତ ଦସ୍ତାବିଜ୍‌ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପିଆରଙ୍କୁ ଦେଖାଇଥିଲେ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପିଆର୍‌ ସମସ୍ତ ଘଟଣାକୁ ତନ୍ନତନ୍ନ କରି ଅନୁଧ୍ୟାନ କରିବାପରେ ମଙ୍ଗଳପୁର ଥାନାଧିକାରିଣୀ ରିନାରାଣୀ ସାହୁଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିଥିଲେ । ଏହା ପରେ ସମସ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କରିବାକୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଥାନାଧିକାରିଣୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଅନୁସାରେ ରବିବାର ଦିନ ଥାନାଧିକାରିଣୀ ଶ୍ରୀମତୀ ସାହୁ ସମସ୍ତ ୪ଜଣ ଅଭିଯୁକ୍ତ ବର୍ଷା, ମୁନା, ଧନ ବିଟୁକୁ କୋର୍ଟ ଚାଲାଣ କରିଥିଲେ । ଜାମିନ୍‌ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ଜେଲ୍‌ ଯିବାକୁ ପଡ଼ିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!