ସମ୍ବଲପୁର, (ବାଘୁଆବାର୍ତ୍ତା): ସମ୍ବଲପୁର ଜିଲ୍ଲା ବୁର୍ଲା ଢୁଡ଼ିଆପଡାରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ଜ୍ଝ ଶନିବାର ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଛି। ହତ୍ୟା ଘଟଣାରେ ଜଣେ ନାବାଳକଙ୍କୁ ଅଟକ ରଖିଛି। ମୃତକ ଜଣକ ହେଲେ ବିନୋଦ ଓରାମ। ପୋଲିସର ପ୍ରାଥମିକ ସୂଚନା ଅନୁସାରେ ଅଟକ ନାବାଳକ ଓ ମୃତକ ରାତ୍ରିରେ ଏକାଠି ଥିଲେ। ତେବେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ନାବାଳକ ରାଗି ଯାଇ ବିନୋଦଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ଶବକୁ ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲ ପଠାଯାଇଛି। ହତ୍ୟା ଅଭିଯୁକ୍ତ ନାବାଳିକକୁ ଅଟକ ରଖିଛି ପୋଲିସ।





