ସୋର, (ବାଘୁଆବାର୍ତ୍ତା): ଘରେ ପଶି ନିଶା ସ୍ପ୍ରେ କରି ୨୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଅଳଙ୍କାର ସହିତ ଟଙ୍କା ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିବା ସହ ୧୦୦ ଗ୍ରାମ ସୁନା ଜବତ କରିଛି। ମୁଖ୍ୟ ଅଭିଯୁକ୍ତ ଭଦ୍ରକ ସାବରଙ୍ଗର ଅଂଚଳର ସେକ ଲାଲୁ ସମେତ ଭଦ୍ରକ ସହରର ଜଣେ ଗହଣା ଦୋକାନୀ ଗିରଫ କରିଛି ସୋର ପୋଲିସ । ୧୭ ତାରିଖରେ ସୋର କଲେଜ ଛକ ନିକଟରେ ସୂର୍ୟ୍ୟକାନ୍ତ ପଣ୍ଡା ଙ୍କ ଘରେ ପଶି ଦୁର୍ବୃତ୍ତ ନିଶା ସ୍ପ୍ରେ କରି ୨୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଅଳଙ୍କାର ଲୁଟ କରି ଥିଲେ। ଏ ସମ୍ପର୍କରେ ସୂର୍ୟ୍ୟକାନ୍ତ ଥାନାରେ ଅଭିଯୋଗ କରିଥିଲେ। ସୋର ଆଇଆଇସି ମଧୁମିତା ମହାନ୍ତି ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଏଥିସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସେମାନଙ୍କ ନିକଟରୁ ୪ ଟି ମୋବାଇଲ ୧୦ ଲକ୍ଷଟଙ୍କାର ଅଳଙ୍କାର ଜବତ କରିଛି ପୋଲିସ ।





