Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିବାହ ପ୍ରଲୋଭନ ଦେଖାଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଓଏଏସ୍‌ ଅଫିସର୍‌, ପରିସ୍ଥିତି ଏପରି ହେଲା ଶେଷରେ ବନ୍ଧା ହେଲେ

by ସଞ୍ଜୟ ସ୍ୱାଇଁ
July 30, 2022
in Crime, State
ବିବାହ ପ୍ରଲୋଭନ ଦେଖାଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଓଏଏସ୍‌ ଅଫିସର୍‌, ପରିସ୍ଥିତି ଏପରି ହେଲା ଶେଷରେ ବନ୍ଧା ହେଲେ
182
VIEWS
Share on FacebookShare on Twitter

ବଅଁରପାଳ, (ବାଘୁଆବାର୍ତ୍ତା): ବଅଁରପାଳ ମିଶନ୍‌ ଶକ୍ତି ବିଭାଗରେ କାର୍ୟ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ ବରିଷ୍ଠ ଓଏଏସ୍‌ ଅଫିସର୍‌ ତଥା ଏମ୍‌ଏସ୍‌ଏମ୍‌ଇ ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ୟ୍ୟରତ ଦିଲ୍ଲୀପ କୁମାର ମହାରଣାଙ୍କୁ ଗିରଫ କରିଛି ବଅଁରପାଳ ଥାନା ପୁଲିସ । ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେଇଥିଲେ ଦିଲ୍ଲୀପ । ଦିଲ୍ଲୀପ ବିବାହିତ ହୋଇ ବି ମହିଳାଙ୍କୁ ଅବିବାହିତ କହିଥିଲେ । ଏପରିକି ପୀଡ଼ିତାଙ୍କର ଅନ୍ୟତ୍ର ବିବାହ ହୋଇଥିଲେ ମଧ୍ୟ ଅଶ୍ଳୀଳ ଫଟୋ ଦେଖାଇ ତାଙ୍କୁ ବ୍ଲାକ୍‌ମେଲ୍‌ କରିଥିଲେ । ଫଳରେ ପୀଡ଼ିତାଙ୍କ ବୈବାହିକ ଜୀବନ ଏବେ ସଙ୍କଟରେ । ତାଙ୍କ ସ୍ୱାମୀ ଛାଡ଼ପତ୍ର ଦେବାକୁ ଜିଦ୍‌ ଧରିଛନ୍ତି । ନିର୍ୟାତନା ଅତିଷ୍ଠ ହେବା ପରେ ପୀଡ଼ିତା ଜଣକ ବାଧ୍ୟ ହୋଇ ଗତ ୨୪ ତାରିଖରେ ବଅଁରପାଳ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଦିଲ୍ଲୀପଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏସ୍‌ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରାଯାଇଥିଲା । ଏହି ସ୍କ୍ୱାଡ୍‌ ଦୁଇ ଦିନ ଧରି କଟକ, ଭୁବନେଶ୍ୱର ଓ ସମ୍ବଲପୁର ଇଲାକାରେ ଛାନ୍‌ଭିନ୍‌ କରିବା ପରେ ଦିଲ୍ଲୀପଙ୍କୁ କାବୁ କରିଥିଲା । ଶୁକ୍ରବାର ଦିଲ୍ଲୀପଙ୍କୁ କୋର୍ଟ୍‌ଚାଲାଣ କରାଯାଇଥିଲା । ଜାମିନ୍‌ ନାମଞ୍ଜର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଦିଲ୍ଲୀପଙ୍କ ଘର କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳର ଭଣ୍ଡା ଗ୍ରାମରେ ହୋଇଥିବା ବେଳେ ମହିଳା ଜଣକ ଢେଙ୍କାନାଳ ଟାଉନ୍‌ ଥାନା ଇଲାକାର । ପୁଲିସ ସୂତ୍ରରୁ ପ୍ରକାଶ ଯେ, ୨୦୧୯ରେ ମହିଳା ଜଣକ କଟକରେ କାର୍ୟ୍ୟ କରୁଥଲେ । ସେହି ବର୍ଷ ଅଗଷ୍ଟ-ସେପ୍ଟେମ୍ବରରେ କଟକ ଜିଲ୍ଲାର ମାହାଙ୍ଗା ତହସିଲ୍‌ଦାର ଭାବେ ଅବସ୍ଥାପିତ ଦିଲ୍ଲୀପଙ୍କ ସହ ଫେସ୍‌ବୁକ୍‌ରେ ତାଙ୍କର ସମ୍ପର୍କ ହୋଇଥିଲା । ଦିଲ୍ଲୀପ ବିବାହିତ, ହେଲେ ଅବିବାହିତ କହି ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିଲେ । ମହିଳାଙ୍କ ନିକଟକୁ ଦିଲ୍ଲୀପଙ୍କ ଅବାଧ ଆତଯାତ, ମିଳାମିଶା ରହିଥିଲା । ଏପରିକି ମହିଳା ଜଣକ କଟକ ଛାଡ଼ି ବଅଁରପାଳ ଆସିବା ପରେ ମଧ୍ୟ ଦିଲ୍ଲୀପ ଏଠାକୁ ବାରମ୍ବାର ତାଙ୍କର କାର୍‌ରେ ଆସୁଥିଲେ । ପରେ ଦିଲ୍ଲୀପ ବିବାହିତ ବୋଲି ପୀଡ଼ିତା ଜାଣି ପାରିଥିଲେ । ଏକଥା ଦିଲ୍ଲୀପଙ୍କୁ ମଧ୍ୟ ପଚାରିଥିଲେ । ସ୍ତ୍ରୀ ସହ ପଡୁନଥିବାରୁ ତାଙ୍କୁ ଛାଡ଼ପତ୍ର ଦେଇ ପୀଡ଼ିତାଙ୍କୁ ବିବାହ କରିବି ବୋଲି ସୁନେଲି ସ୍ୱପ୍ନ ଦେଖାଇଥିଲେ ଅଭିଯୁକ୍ତ । ପରେ ନିଶା ଦେଇ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ସୁଟିଂ କରି ବ୍ଲାକ୍‌ମେଲ୍‌ କରି ଆସୁଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି ପୀଡ଼ିତା । ଏସବୁ ଜାଣିବା ପରେ ତାଙ୍କଠାରୁ ଦୂରେଇ ଯାଇ ଗତବର୍ଷ ଅନ୍ୟତ୍ର ବିବାହ କରିଥିଲେ ପୀଡ଼ିତା । ଏହା ସତ୍ତେ୍ୱ ଦିଲ୍ଲୀପ ବ୍ଲାକମେଲ କରି ତାଙ୍କ ସଂସାର ଉଜାଡ଼ି ଦେଇଛନ୍ତି । ସ୍ୱାମୀ ତାଙ୍କୁ ଛାଡ଼ପତ୍ର ଦେବାକୁ ଜିଦ୍‌ ଧରି ବସିଛନ୍ତି । ଦିଲ୍ଲୀପ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଥିବା ବେଳେ ନିର୍ୟାତନା ବଢ଼ିଥିଲା । ତାଙ୍କ ପରିବାର ଲୋକଙ୍କ ସହ ଅନ୍ୟ ଜଣେ ଓଏଏସ୍‌ ଅଫିସର ମିଶି ତାଙ୍କୁ ମାନସିକ ଓ ଶାରୀରିକ ଅତ୍ୟାଚାର କରିଥିଲେ ବୋଲି ପୀଡ଼ିତା ତିନି ପୃଷ୍ଠାର ଏତଲାରେ ଦର୍ଶାଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!