Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୌଦ୍ଧ ଜିଲ୍ଲାପାଳଙ୍କ ନାମରେ ଫେକ ହ୍ୱାଟସ୍ଆପ, ମେସେଜ୍ ପଠାଇ ବିଭିନ୍ନ ଅଧିକାରୀଙ୍କୁ ମାଗିଲେ ଟଙ୍କା

by ସଞ୍ଜୟ ସ୍ୱାଇଁ
July 29, 2022
in Crime, State
ବୌଦ୍ଧ ଜିଲ୍ଲାପାଳଙ୍କ ନାମରେ ଫେକ ହ୍ୱାଟସ୍ଆପ,  ମେସେଜ୍ ପଠାଇ ବିଭିନ୍ନ ଅଧିକାରୀଙ୍କୁ ମାଗିଲେ ଟଙ୍କା
82
VIEWS
Share on FacebookShare on Twitter

ବୌଦ୍ଧ, (ବାଘୁଆବାର୍ତ୍ତା): କିଛି ଦିନ ବ୍ୟବଧାନ ପରେ ପୁଣି ଥରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଫଟୋର ଅପବ୍ୟବହାର । ଜିଲ୍ଲାପାଳଙ୍କ ଫଟୋକୁ ପ୍ରୋଫାଇଲରେ ବ୍ୟବହାର କରି ହ୍ବାଟସଆପ୍ ଜରିଆରେ ବିଭିନ୍ନ ଅଧିକାରୀଙ୍କୁ ମେସେଜ୍ ପଠାଇ ଟଙ୍କା ମାଗିଛି ଠକ । କିଛି ଦିନ ପୂର୍ବେ ଠିକ୍ ଏହିପରି ଜିଲ୍ଲାପାଳଙ୍କ ଫଟୋ ବ୍ୟବହାର କରି ବିଭିନ୍ନ ଅଧିକାରୀଙ୍କୁ ଟଙ୍କା ମଗାଯାଇଥିଲା । ସେତେବେଳେ ସାଇବର ସେଲ୍‌ରେ ଏତଲା ମଧ୍ୟ ଦେଇଥିଲେ ଜିଲ୍ଲାପାଳ । ହେଲେ ପୁଣି ଥରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । ସୂଚନାଯୋଗ୍ୟ ଯେ, ଜିଲ୍ଲାପାଳଙ୍କ ଫଟୋ ଥାଇ ଏକ ନମ୍ବରରୁ ଜିଲ୍ଲାର କିଛି ଅଧିକାରୀଙ୍କ ନିକଟକୁ ଟଙ୍କା ପଠାଇବାକୁ ମେସେଜ୍ କରାଯାଇଛି । କିଛି ଅଧିକାରୀଙ୍କୁ ଅମାଜନରେ ଗିଫ୍ଟ କାର୍ଡ ସମ୍ପର୍କିତ ତଥ୍ୟ ଦେଇ ତାଙ୍କ ଦେବାକୁ କହୁଛି ଠକ । ଗୁରୁତ୍ବପୂର୍ଣ୍ଣ କଥା ହେଲା ଆସନ୍ତା ୩୧ ତାରିଖରେ ଜିଲ୍ଲାପାଳ ଅବସର ଗ୍ରହଣ କରୁଥିବା ଠକକୁ ମଧ୍ୟ ଜଣା ଅଛି । ଅବସର ପୂର୍ବରୁ ଟଙ୍କା ଫେରାଇଦେବି ବୋଲି ମଧ୍ୟ ଉଲ୍ଲେଖ କରିଛି ଠକ । ତେବେ ସଂପୃକ୍ତ ନମ୍ବରଟି ଜିଲ୍ଲାପାଳଙ୍କ ହୋଇନଥିବା ବେଳେ କିଛି ଅଧିକାରୀ ସନ୍ଦେହରେ ଏନେଇ ସିଧାସଳଖ ଭାବେ ଜିଲ୍ଲାପାଳଙ୍କୁ ସୂଚନା ଦେଇଛନ୍ତି । ଅଧିକାରୀଙ୍କ ନିକଟରୁ ଏହି ସୂଚନା ପାଇବା ପରେ ଜିଲ୍ଲାପାଳ ନିଜ ବ୍ୟକ୍ତିଗତ ଫେସବୁକ ଓ ସମସ୍ତ ସରକାରୀ ଗ୍ରୁପରେ ସରକାରୀ ଅଧିକାରୀମାନଙ୍କୁ ଏହିଭଳି ମିଥ୍ୟା ମେସେଜ ନେଇ ସତର୍କ ରହିବାକୁ ସୂଚନା ଦେଇଛନ୍ତି । ତେବେ ଅପରାଧୀଙ୍କୁ ଧରିବାପାଇଁ ସାଇବର ସେଲର ସହଯୋଗ ନିଆଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!