ଢେଙ୍କାନାଳ, (ବାଘୁଆବାର୍ତ୍ତା): ଢେଙ୍କାନାଳ ସହରର ରାଧାକୃଷ୍ଣ ବଜାରରୁ ଅବକାରୀ ସ୍ୱତନ୍ତ୍ର ସ୍କ୍ୱାର୍ଡ ୪୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଏଥିସହ ବ୍ରାଉନସୁଗାର ବେପାର କରୁଥିବା ଅଭିଯୁକ୍ତ ରାହୁଲ ସାହୁ ନାମକ ଜଣେ ଯୁବକକୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଗିରଫ ଯୁବକର ଘର ଢେଙ୍କାନାଳ ସହରର ମାଣ୍ଡପା ସାହିରେ । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ଚାରି ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ସମ୍ବଲପୁରର ଏକ ୧୪ ଜଣିଆ ସ୍ବତନ୍ତ୍ର ସ୍କ୍ୱାଡ ଏହି ଚଢ଼ାଉ କରି ଧରିଥିବା ପ୍ରକାଶ କରିଛନ୍ତି ଅବକାରୀ ବିଭାଗର ସମ୍ବଲପୁର ଅତିରିକ୍ତ କମିଶନର ।





