ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ଧରାକୋଟ ପୋଲିସ ଏକ ବହୁ ପୂରୁଣା ହତ୍ୟାକାଣ୍ଡର ଖୁଲାସା କରିଛି । ଗତ ୨୦୦୭ ମସିହାରେ ଆନ୍ଧ୍ର ପ୍ରଦେଶର ପଲାସା ରେଳ ଷ୍ଟେସନରେ ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଚିକିଲି ଗ୍ରାମର ରୀତାଞ୍ଜଳୀ ଗୌଡ ନାମକ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ବେଳେ ଖୋଦ ପ୍ରେମିକ ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯାଇଥିଲା । ପୋଲିସ ଘଟଣାର ତଦନ୍ତ କରି ପ୍ରେମିକକୁ ଗଜପତି ଜିଲ୍ଲାର ରାୟଗଡ ଅଂଚଳରୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଯାଇଥିବା ଆସିକା ଏସଡିପିଓ ସୂଚନା ଦେଇଛନ୍ତି ।





