Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାତି ଅଧରେ ଡକାୟତ ଲୁଟିବାକୁ ଆସି ଫାୟାରିଂ କରିଦେଲେ

by ସଞ୍ଜୟ ସ୍ୱାଇଁ
July 28, 2022
in Crime, State
ରାତି ଅଧରେ ଡକାୟତ ଲୁଟିବାକୁ ଆସି ଫାୟାରିଂ କରିଦେଲେ
50
VIEWS
Share on FacebookShare on Twitter

ଧର୍ମଗଡ଼, (ବାଘୁଆବାର୍ତ୍ତା): ରାତି ଅଧରେ ଘରେ ପଶିଲେ ୧୦, ୧୨ ଡକାୟତ । ପରିବାର ସଦସ୍ୟଙ୍କୁ ଭୟଭୀତ କରି ମାରଣାସ୍ତ୍ର ଦେଖାଇ ସବୁ ଲୁଟିଲେ। ଘରେ କଳାକନା ବୁଲାଇ ସବୁ ସୁନା, ଅଳଙ୍କାର ନେଇ ଚାଲିଗଲେ। ହେଲେ ଘରର ପୁଅ ଏହାକୁ ବିରୋଧ କରିବାରୁ ଚଳାଇଲେ ଗୁଳି। ଏହି ଦୁର୍ଘଟଣାରେ ଯୁବକଜଣକ ଗୁରୁତର ହୋଇଥିବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରି ଅଭାବନୀୟ କାଣ୍ଡ ଗତକାଲି ବିଳମ୍ବିତ ରାତିରେ -କଳାହାଣ୍ଡି ଜିଲ୍ଲା କୋକସରା ଥାନା କାଶିବାହଲ ଗାଁରେ ଘଟିଛି। ଗତକାଲି ରାତି ପ୍ରାୟ ୨ଟା ବେଳେ ୧୦, ୧୨ ଡକାୟତ ଋଷିମଣି ପୁଜାରୀ ନାମକ ବ୍ୟକ୍ତିଙ୍କ ଘରେ ମାରଣାସ୍ତ୍ର ସହ ପଶିଥିଲେ। ହଠାତ୍‌ ଶବ୍ଦ ଶୁଣି ପରିବାର ଲୋକେ ଉଠି ପଡ଼ିଥିଲେ। ମାତ୍ର ଡକାୟତମାନେ ମାରଣାସ୍ତ୍ର ଦେଖାକୁ ତାଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଥିଲେ। ଏହାପରେ ସେମାନେ ଘରେ ଥିବା ସମସ୍ତ ଆସବାବପତ୍ର ଲୁଟି ନେଇଥିଲେ। ଏହାକୁ ଋଷିମଣି ପୁଜାରୀଙ୍କ ପୁଅ ବିରୋଧ କରିଥିଲେ। ଫଳରେ ଉତ୍ତ୍ୟକ୍ତ ଡକାୟତମାନେ ଏକ ଏୟାରଗନରୁ ତାଙ୍କ ଉପରକୁ ଗୁଳି ଫୁଟାଇଥିଲେ। ଏଥିରେ ଋଷିମଣିଙ୍କ ପୁଅ ଗୁରୁତର ହୋଇ ପଡ଼ିଛନ୍ତି। ତୁରନ୍ତ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଜରି ଗୋଟାଇବାକୁ ଆସୁଥିବା କିଛି ଲୋକ ଏପରି କାଣ୍ଡ ଭିଆଇଥିବା ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି। ଘଟଣାର ପୁଙ୍ଖନାପୁଙ୍କ ଆଲୋଚନା କରାଯାଇ ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!