ନୀଳଗିରି, (ବାଘୁଆବାର୍ତ୍ତା): ଭାଇ ନାଁରେ କଳଙ୍କ। ସମ୍ପର୍କୀୟା ଭଉଣୀକୁ ଦୁଷ୍କର୍ମ କଲା ସୈତାନ ଭାଇ। ବାଲେଶ୍ଵର ଜିଲ୍ଲା ଧୋବଶିଳା ପଞ୍ଚାୟତ ଅଧିନ ଆଗରିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାଁର ଜଗନ୍ନାଥ ସିଂ ତାଙ୍କ ଘରେ କେହିନଥିବାର ସୁଯୋଗ ନେଇ ଜଣେ ନାବାଳିକାଙ୍କୁ ଦୁହ୍କର୍ମ କରିଛି। ନାବାଳିକା ଜଣଙ୍କ ତାଙ୍କର ସମ୍ପର୍କୀୟ ଭଉଣୀ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ପୀଡ଼ିତା ନାବାଳିକା ଗାଁ ସରପଞ୍ଚଙ୍କୁ ଧରି ନ୍ୟାୟ ପାଇଁ ନୀଳଗିରି ଥାନାର ଦ୍ଵାରସ୍ଥ ହୋଇଛନ୍ତି। ପୋଲିସ ଘଟଣାକୁ ଗୁରୁତର ସହ ନେଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏନେଇ ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।





