ଯାଜପୁର, (ବାଘୁଆବାର୍ତ୍ତା): ଏକ ହତ୍ୟା ଘଟଣାର ବିଚାର କରି ୮ ଜଣଙ୍କୁ ଯାଜପୁର ଜିଲ୍ଲା ଦୌରାଜଜ୍ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ୨୦୧୨ ମସିହାରେ ଯାଜପୁର ଟାଉନ ଥାନା ଅନ୍ତର୍ଗତ ଚଇନପୁର ପଞ୍ଚାୟତର ଗଣସରପୁର ଗ୍ରାମର ଧନେଶ୍ୱର ବେହେରାଙ୍କୁ ହତ୍ୟା କରାଯାଇଥିଲା। ଏ ନେଇ ଏକ ମାମଲା ଥାନାରେ ରୁଜୁ ହୋଇଥିଲା। ଯାଜପୁର ଜିଲା ଦୌରାଜଜ୍ ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଉପରୋକ୍ତ ରାୟ ଶୁଣାଇଛନ୍ତି।





