Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୬ ନମ୍ବର ରାଜପଥରେ ଲୁଟିଆଙ୍କ ଉତ୍ପାତ

by ସଞ୍ଜୟ ସ୍ୱାଇଁ
July 24, 2022
in Crime, State
୧୬ ନମ୍ବର ରାଜପଥରେ ଲୁଟିଆଙ୍କ ଉତ୍ପାତ
71
VIEWS
Share on FacebookShare on Twitter

ଯାଁଳା, (ବାଘୁଆବାର୍ତ୍ତା): ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଲୁଟ୍‌ ଓ ଚୋରି କମିବାର ନାଁ ଧରୁନାହିଁ । କମିସନରେଟ ପୁଲିସ ଲୁଟ, ଛିନ୍‌ତାଇ ଓ ଚୋରି କମିବା ଦିଗରେ ଯେତେ ଯୋଜନା କଲେ ମଧ୍ୟ ସଫଳ ହେଉନାହିଁ । ୧୬ ନମ୍ବର ଜାତୀୟ ରାଜପଥର ଗୋହିରା ଠାରୁ ପୀତାପଲ୍ଲି ଛକ ପର୍ୟ୍ୟନ୍ତ ରାସ୍ତା ଲୁଟିଆଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି । ଲୁଟିଆ ମାନେ ପୁଲିସକୁ ଖୋଲା ଚାଲେଞ୍ଜ କରି ଲୁଟ କରୁଛନ୍ତି । ଜୁଲାଇ ମାସ ୪ ତାରିଖରେ ଯାଁଳା ପଞ୍ଚାୟତ ରାଧାଚରଣପୁର ଅଞ୍ଚଳର ପତି ପତ୍ନୀ ବାଇକରେ ଭୁବନେଶ୍ୱରରୁ ଫେରୁଥିଲେ । ଯାଁଳା ଫାଣ୍ଡି ସାମନାରେ କିଛି କାମ ପାଇଁ ବାଇକ ରଖି ଛିଡ଼ା ହୋଇଥିଲେ । ଏହି ସମୟରେ ଏକ କଳା ପଲସରରେ ୨ ଜଣ ଲୁଟେରା ଆସି ତାଙ୍କ ଭ୍ୟାନିଟି ଝାମ୍ପି ନେଇଥିଲେ । ସେଥିରେ ତାଙ୍କର ମୋବାଇଲ ଓ ୨ ହଜାର ଟଙ୍କା ଥିଲା । ଏନେଇ ଇନଫୋଭ୍ୟାଲି ଥାନାରେ ପତିପତ୍ନୀ ଲିଖିତ ଅଭିଯୋଗ କରିଥିଲେ । ଯାଁଳା ଫାଣ୍ଡି ଅନ୍ତର୍ଗତ କେ କେ ପେଟ୍ରୋଲ ପମ୍ପ ନିକଟରୁ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍‌ ଝାମ୍ପିନେଲେ ଲୁଟିଆ । ଲୁଟ୍‌ର ଶିକାର ମହିଳା ହେଲେ ଖୋର୍ଦ୍ଧା ବାସେଳି ସାହିର ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ । ସେହିଭଳି ଗତ ଜୁନ ମାସ ୭ତାରିଖ ଦିନ ପ୍ରିୟଙ୍କା ତାଙ୍କ ସ୍କୁଟି ଯାଗେ କୌଣସି କାମରେ ଖୋର୍ଦ୍ଧାରୁ ଭୁବନେଶ୍ୱରର ଯାଉଥିଲେ । ଏହି ସମୟରେ ୨ ଜଣ ଦୁର୍ବୃତ୍ତ ଯାଁଳା କେ କେ ପେଟ୍ରୋଲ ପମ୍ପ ନିକଟରୁ ପ୍ରିୟଙ୍କାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ । ଚେନ୍‌ଟି ୧୪ ଗ୍ରାମ ହେବ ବୋଲି ପ୍ରିୟଙ୍କା ଇନଫୋଭ୍ୟାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ସ୍ଥାନୀୟ ଅଞ୍ଚଳର ସିସି ଟିଭି ଫୁଟେଜ୍‌ ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଛି । ସେହିଭଳି ଜୁନ ମାସ ୧୬ ତାରିଖ ରାତି ୮ଟାରେ ଖୋର୍ଦ୍ଧା ଅଞ୍ଚଳର ପ୍ରୀତମ ମହାନ୍ତିଙ୍କ ସ୍ତ୍ରୀ ରେବରାଣୀ ବଡ଼ଜେନା ଭୂବନେଶ୍ୱରରୁ ଖୋର୍ଦ୍ଧା ଫେରୁଥିବା ସମୟରେ ପୀତାପଲ୍ଲି ଛକ ନିକଟରେ ୨ ଜଣ ଲୁଟେରା ଆସି ରେବରାଣୀଙ୍କ ଭ୍ୟାନିଟି ଝାମ୍ପି ନେଇଥିଲେ । ସେଥିରେ ତାଙ୍କ ମୋବାଇଲ ଏବଂ ୩ ହଜାର ଟଙ୍କା ଥିଲା । ଅନୁରୂପ ଭାବେ ମେ ମାସ ୨୩ ତାରିଖରେ ପୀତାପଲ୍ଲୀ ଓଡ଼ିଶା ହୋଟେଲ ନିକଟରେ ନୟାଗଡ଼ ଅଞ୍ଚଳର ବରିଷ୍ଠ ନାଗରିକଙ୍କ ଠାରୁ ଲୁଟିଆ ମାନେ ଲୁଟିଥିଲେ । ଲୁଟ୍‌ର ଶିକାର ଭ୍ରମରବର ସାହୁ ଓ ତାଙ୍କ ସ୍ତ୍ରୀ ବାଇକ୍‌ରେ ଭୁବନେଶ୍ୱରରୁ ନୟାଗଡ଼ ମାଛିପଡ଼ା ଯାଉଥିଲେ । ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଭ୍ରମରବରଙ୍କ ସ୍ତ୍ରୀ’ଙ୍କ ଠାରୁ ଭ୍ୟାନିଟି ବ୍ୟାଗ୍‌ ଝାମ୍ପି ନେଇଥିଲେ । ସେଥିରେ ୪୦ ଗ୍ରାମର ହାର, ୨ଟି ମୋବାଇଲ ଥିଲା ଗତ ୩୦ ତାରିଖ ପୀତାପଲ୍ଲୀ ଉଡ଼ନ୍ତା ପୋଲ ନିକଟରୁ ପୁଣି ଜଣେ ମହିଳାଙ୍କ ଭ୍ୟାନିଟି ଝାମ୍ପି ନେଇଥିଲେ । ଲୁଟ୍‌ର ଶିକାର ହୋଇଥିଲେ ଫତେଗଡ଼ ଥାନା କରବର ଗ୍ରାମର କୃଷ୍ଣପ୍ରିୟା ମହାନ୍ତି । କୃଷ୍ଣପ୍ରିୟାଙ୍କ ଭ୍ୟାନିଟି ବ୍ୟାଗ୍‌ ଝାମ୍ପି ନେଇଥିଲେ । ସେଥିରେ ୧୨ ଗ୍ରାମର ହଳେ ସୁନା ଚୁଡ଼ି ଓ ଏକ ଆଇ ଫୋନ୍‌ ଓ ୩୫ ହଜାର ଟଙ୍କା ଥିଲା । ଗତ ୩୧ ତାରିଖରେ ଯାଁଳା ଓଗାଳପଡ଼ା ଛକ ଓ ଡାକ୍ତରଖାନା ଛକରୁ ୨ଜଣଙ୍କ ଠାରୁ ୨ଟି ମୋବାଇଲ ଛଡ଼ାଇ ନେଇଥିଲେ । ଏସବୁ ଲୁଟ୍‌ ମାମଲା ଭିତରୁ ମାତ୍ର ଗୋଟିଏ ଲୁଟ୍‌ ଘଟଣାରେ ପୁଲିସ ସଫଳ ହୋଇଛି । ବାକି ମାମଲାରେ ଲୁଟିଆଙ୍କ ନାମଗନ୍ଧ ଏଯାଏଁ ପାଇନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!