ବୋରିଗୁମ୍ମା, (ବାଘୁଆବାର୍ତ୍ତା): ବସରେ ମହିଳାଙ୍କୁ ଅସଦାଚରଣ କରି ବନ୍ଧା ହେଲେ ପ୍ରଧାନଶିକ୍ଷକ। ପାଖ ସିଟ୍ରେ ବସି ମହିଳାଙ୍କୁ ବାରମ୍ବାର ଅସଦାଚରଣ କରୁଥିଲେ। ଏମିତିକି ଅଭଦ୍ର ଭାଷାରେ ଗାଳି ଗୁଲଜ କରିବାକୁ ମଧ୍ୟ ପଛାଇନଥିଲେ ସମ୍ପୃକ୍ତ ପ୍ରଧାନଶିକ୍ଷକ। ଏପରି ଘଟଣା ଦେଖିବାକୁ ମିଳିଛି ଜୟପୁର ଟାଉନରେ। ସୂଚନା ଅନୁସାରେ, ଗୁରୁବାର ଏକ ବସରେ କୋରାପୁଟର ଜଣେ ମହିଳା ଜୟପୁରରୁ ବୋରିଗୁମ୍ମା ଯାଉଥିଲେ। ସେହି ସମୟରେ ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜି ସନ୍ତୋଷ କୁମାର ତାଙ୍କ ପାଖ ସିଟ୍ରେ ବସିଥିଲେ। ଏତିକିବେଳେ ସେ ମହିଳାଙ୍କୁ ବାରମ୍ବାର ଅସଦାଚରଣ କରିଥିଲେ। ଏହାପରେ ସମ୍ପୃକ୍ତ ମହିଳା ଜଣକ ଜୟପୁର ଟାଉନ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ସେହି ପ୍ରଧାନ ଶିକ୍ଷକଙ୍କୁ ଜୟପୁର ଟାଉନ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ପ୍ରଧାନ ଶିକ୍ଷକ ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ୟ୍ୟ କରନ୍ତି।





