Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପେଟ ଭିତରେ ୯ କୋଟି ଟଙ୍କାର ହେରୋଇନ

by ସଞ୍ଜୟ ସ୍ୱାଇଁ
July 21, 2022
in Crime, NATIONAL NEWS
ପେଟ ଭିତରେ ୯ କୋଟି ଟଙ୍କାର ହେରୋଇନ
188
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଅଭିନବ ଉପାୟରେ ଚାଲାଣ ହେଉଥିବା ବିପୁଳ ପରିମାଣର ହେରୋଇନକୁ ଜବତ କରିଛି କଷ୍ଟମ ବିଭାଗ। ଚେନ୍ନାଇ ଏୟାରପୋର୍ଟରୁ ଜଣେ ତାଞ୍ଜାନିଆନ ନାଗରିକଙ୍କ ଠାରୁ ୧.୨୬୬ କେଜିର ହେରୋଇନ ଜବତ କରାଯାଇଛି। ଏହି ଜବତ ହେରୋଇନର ମୂଲ୍ୟ ୯ କୋଟି ଟଙ୍କା ହେବ। ତେବେ ଚାଲାଣ ହେଉଥିବା ଅଭିବନ ଉପାୟକୁ ଦେଖି ସମସ୍ତେ ଆଶ୍ଚର୍ୟ୍ୟ ହୋଇଛନ୍ତି। ବ୍ୟକ୍ତି ଜଣ ଏତେ ପରିମାଣର ହେରୋଇନକୁ ନିଜ ପେଟ ଭିତରେ ରଖିଥିଲେ। ଯାଞ୍ଚ ବେଳେ ତାଙ୍କ ପେଟ ଭିତରୁ ହେରୋଇନ ଜବତ କରାଯାଇଛି। ପ୍ଲାଷ୍ଟିକ କ୍ୟାପସୁଲ ମଧ୍ୟରେ ଏତେ ପରିମାଣର ହେରୋଇନ ରହିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୧୪ ତାରିଖରେ ବ୍ୟକ୍ତି ଜଣଙ୍କ ଉଗାଣ୍ତାରେ ଥିବା ଇଣ୍ଟେବେରୁ ଇଥୋପିଆ ଏୟାରଲାଇନ୍ସର ବିମାନ ଇଟି ୩୩୫/୬୯୨ ଯୋଗୁ ଚେନ୍ନାଇ ଏୟାରପୋର୍ଟକୁ ଆସିଥିଲେ। ସେ ହେରୋଇନ ଚାଲାଣ କରୁଥିବା ପୂର୍ବରୁ ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା। ଏହି ସୂଚନା ଆଧାରରେ କଷ୍ଟମ ବିଭାଗର ଅଧିକାରୀମାନେ ତାଙ୍କୁ ଏୟାରପୋର୍ଟରେ ଅଟକ ରଖି ଯାଞ୍ଚ ଆରମ୍ଭ କରିଥିଲେ। ଯାଞ୍ଚ ବେଳେ ତାଙ୍କ ପେଟ ଭିତରେ କ୍ୟାପସୁଲରେ ଭର୍ତ୍ତି ହୋଇ ରହିଥିବା ହେରୋଇନ ସମ୍ପର୍କରେ ତଥ୍ୟ ମିଳିଥିଲା। ପରବର୍ତ୍ତୀ ଅବସ୍ଥାରେ ଏଗୁଡ଼ିକୁ ତାଙ୍କ ପେଟରୁ ଅଧିକାରୀମାନେ ବାହାର କରିଥିଲେ। ଏହାପୂର୍ବରୁ କଷ୍ଟମ ବିଭାଗ ମେ’ ମାସରେ ମଧ୍ୟ ଜଣେ ଉଗାଣ୍ଡା ନାଗରିକଙ୍କ ପେଟରୁ ୬୩ଟି କ୍ୟାପସୁଲ ଜବତ କରିଥିଲା। ସେ ଏହି କ୍ୟାପସୁଲରେ ହେରୋଇନ ରଖିଥିଲେ। ଜବତ ହେରୋଇନର ମୂଲ୍ୟ ୫.୫୬ କୋଟି ଟଙ୍କା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!