Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାଲିଫର୍ନିଆର ଏମ୍‌ବିବିଏସ୍‌ ଡାକ୍ତର କହି ସୁନ୍ଦରୀ ଲୁଟି ନେଲେ ୨୪ ଲକ୍ଷ ଟଙ୍କା

by ସଞ୍ଜୟ ସ୍ୱାଇଁ
July 20, 2022
in Crime, State
କାଲିଫର୍ନିଆର ଏମ୍‌ବିବିଏସ୍‌ ଡାକ୍ତର କହି ସୁନ୍ଦରୀ ଲୁଟି ନେଲେ ୨୪ ଲକ୍ଷ ଟଙ୍କା
120
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଠକଙ୍କ ମାୟା ଜାଲରେ ଫସିଗଲେ ଆଇଟି ପ୍ରଫେସନାଲ୍‌। କାଲିଫର୍ନିଆର ଏମ୍‌ବିବିଏସ୍‌ ଡାକ୍ତର କହି ଲୁଟି ନେଲା ୨୪ ଲକ୍ଷ ଟଙ୍କା। ଏପରି ଅଭିଯୋଗ ଆସିଛି ଭୁବନେଶ୍ୱର ଉପକଣ୍ଠ ଜଟଣୀ ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ସାଇବର ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଜଟଣୀ ଅଞ୍ଚଳର ଜଣେ ଆଇଟି ପ୍ରଫେସନାଲ୍‌ ବିବାହ ପାଇଁ ମାଟ୍ରିମୋନି ସାଇଟ୍‌ରେ ରେଜିଷ୍ଟ୍ରେସନ୍‌ କରିଥିଲେ। ସେଠାରେ ସର୍ଚ୍ଚ କରୁଥିବା ବେଳେ ଠକ ଯୁବତୀଙ୍କ ହାବୁଡ଼ରେ ପଡ଼ିଥିଲେ। ଯୁବତୀ ଜଣକ ନିଜକୁ ବାଲେଶ୍ଵର ଜିଲ୍ଲାର ଝିଅ ବୋଲି ପରିଚୟ ଦେଇଥିଲେ। ନିଜର ନାଁ ପ୍ରିୟା ଗୁପ୍ତା କହିଥିଲେ। ସେ କାଲିଫର୍ନିଆରେ ରହି MBBS କରୁଥିବା କହିଥିଲେ। ଡାକ୍ତର ବୋଲି ଭାବି ବେଶ୍‌ ଖୁସିରେ ଥିଲେ ଆଇଟି ପ୍ରଫେସନାଲ୍‌ ଯୁବକ। ତାଙ୍କ ସହିତ ଚାଲିଥିଲା ଚାର୍ଟିଂ ଓ ବାର୍ତ୍ତାଳାପ। ଯୁବକ ଜଣକ ଏକା ଗପୁନଥିଲେ, ପରିବାର ଲୋକ ମଧ୍ୟ ଯୁବତୀଙ୍କ ସହିତ କଥା ହେଉଥିଲେ। ଦୀର୍ଘ ୬ ମାସ ଧରି ଚାଲିଥିଲା ଏମିତି କଥାବାର୍ତ୍ତା। ପ୍ରିୟା ୭୦ ହଜାର UK ଡଲାର ଧରି ଭାରତ ଆସିଥିବା ବେଳେ ଦିଲୀ ବିମାନ ବନ୍ଦରରେ ଫସି ଯାଇଥିବା ଯୁବକଙ୍କୁ କହିଥିଲେ। ସେହି ଡଲାର ମୁକୁଳାଇବା ପାଇଁ ଟଙ୍କା ମାଗିଥିଲେ। ତାଙ୍କ କଥାରେ ପଡ଼ି ଯୁବକ ଜଣକ ଟଙ୍କା ଦେଇଥିଲେ। ଏମିତି ବିଭିନ୍ନ ସମୟରେ ମୋଟ୍‌ ୨୪ ଲକ୍ଷ ଟଙ୍କା ନେଇ ଠକିଥିବା ଯୁବକ ଜଣକ ଅଭିଯୋଗ କରିଛନ୍ତି। ଠକାମୀରେ ଶିକାର ହୋଇଥିବା ଯୁବକ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!