ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ଥାନା ଅନ୍ତର୍ଗତ ପଙ୍କାଳ ସାହି ଗ୍ରାମ ନିକଟରେ ଦଶପଲ୍ଲା ର ‘ପ୍ରତିଦିନ’ ଦୟିନିକ ଖବର କାଗଜ ର ସାମ୍ବାଦିକ ସୁରେନ୍ଦ୍ର ବେହେରା ଙ୍କ ଫାର୍ମ ହାଉସ ରୁ ୧୯ ତାରିଖ ରାତ୍ରି ସମୟ ରେ କିଛି ଦୃବୁତ ଅଚାନକ ଆସି ଫାର୍ମ ହାଉସ ରୁ ଏକ ପାଣି ମୋଟର ସହ କିଛି ଆସବା ପତ୍ର ଲୁଟି ନେଇଥିଲେ । ସୁରେନ୍ଦ୍ର ଜାଣିବା ପରେ ଦଶପଲ୍ଲା ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ । ଦଶପଲ୍ଲା ପୋଲିସ ଫାର୍ମ ହାଉସ କୁ ଆସି ତଦନ୍ତ କରିବା ସହ ଫାର୍ମ ହାଉସ ରେ ରହୁଥିବା ଜଗୁଆଳ କୁ ପଚରା ଉଚୁରା କରିଥିଲେ । ଏବଂ ଖୁବ୍ ଶୀଘ୍ର ଚୋର ମାନଙ୍କୁ ଧରାଯିବ ବୋଲି କହିଥିଲେ ।





