Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଘଛାଲ ବିକ୍ରି ଲାଗି ଡିଲ୍ ବେଳେ ଜଣଙ୍କୁ ଗିରଫ କରିଛି କ୍ରାଇବ୍ରାଞ୍ଚ ପୁଲିସ

by ସଞ୍ଜୟ ସ୍ୱାଇଁ
July 20, 2022
in Crime, State
ବାଘଛାଲ ବିକ୍ରି ଲାଗି ଡିଲ୍ ବେଳେ ଜଣଙ୍କୁ ଗିରଫ କରିଛି କ୍ରାଇବ୍ରାଞ୍ଚ ପୁଲିସ
42
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କ୍ରାଇମବ୍ରାଞ୍ଚ କବ୍‌ଜାରେ ବନ୍ୟାପ୍ରାଣୀ ମାଫିଆ। ଆଜି କୋରାପୁଟ ଜିଲ୍ଲା ରାମଗିରି ଗୁପ୍ତେଶ୍ୱର ଗେଟ୍ ନିକଟରେ ବାଘଛାଲ ବିକ୍ରି ଲାଗି ଡିଲ୍ ବେଳେ ଜଣଙ୍କୁ ଗିରଫ କରିଛି କ୍ରାଇବ୍ରାଞ୍ଚ ପୁଲିସ। ଗିରଫ ଅଭିଯୁକ୍ତ ଜଣକ କୋରାପୁଟ ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଗୌଡ଼ଗୁଡ଼ାର ମନ ଗୌଡ଼। ରାମଗିରି ବନ୍ୟପ୍ରାଣୀ ଫେରେଷ୍ଟ ଅଫିସିଆଲମାନେ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ତାଙ୍କ ଠାରୁ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଅଭିଯୁକ୍ତକୁ ଜୟପୁର ଫରେଷ୍ଟ ଡିଭିଜନ ଅଧୀନରେ ଥିବା ରାମଗିରି ଫରେଷ୍ଟ ଅଫିସକୁ ଅଣାଯାଇ ପଚରାଉଚରା କରାଯାଉଛି। ସେ କେଉଁଠାରୁ ଏହି ବାଘ ଛାଲ ଆଣିଲେ, କିଏ ବାଘ ମାରିଛି, କାହାକୁ ବିକ୍ରି କରିବାକୁ ନେଉଥିଲେ ଏ ସବୁ ନେଇ ବିଭାଗୀୟ ଅଧିକାରୀମାନେ ପଚରାଉଚରା କରୁଛନ୍ତି। ସ୍ଥାନୀୟ ଜଙ୍ଗଲରୁ ଏହି ବାଘକୁ ଶିକାର ପରେ ଛାଲକୁ ବିକ୍ରି ନିମନ୍ତେ ସେ ନେଉଥିବା ସନ୍ଦେହ କରାଯାଉଛି। ଏହି ବାଘ ଛାଲ ଡିଲ୍‌ରେ ଆନ୍ତଃରାଜ୍ୟ ମାଫିଆଙ୍କ ଲିଙ୍କ ରହିଥିବା ସନ୍ଦେହ କରାଯାଉଛି। ଅବାଧ ବାଘ ଶିକାର ଯୋଗୁ ରାଜ୍ୟରୁ ଧିରେ ଧିରେ ବାଘ ସଂଖ୍ୟା ହ୍ରାସ ହେବାରେ ଲାଗିଛି। ୨୦୨୦ ମସିହାରୁ ସ୍ପେଶାଲ ଡ୍ରାଇଭ୍ କରି କ୍ରାଇମବ୍ରାଞ୍ଚ ଏ ପର୍ୟ୍ୟନ୍ତ ପ୍ରାୟ ୩୦ଟି ବାଘ ଛାଲ ଜବତ କରିବା ସହ ୪୩ ଜଣଙ୍କୁ ଗିରଫ କଲାଣି। ଯାହା ରାଜ୍ୟରେ ରହିଥିବା ଜଙ୍ଗଲମାନଙ୍କରେ ଅବାଧ ବାଘ ଶିକାର ହେଉଥିବା ସୂଚାଇଛି। ବାଘ ସୁରକ୍ଷା ନେଇ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ଏହା ପ୍ରମାଣିତ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!