ବାଲିପାଟଣା, (ବାଘୁଆବାର୍ତ୍ତା): ବେଆଇନ କରତକଳ ଉପରେ ଚଢାଉ । ବାଲିପାଟଣା ବନାଞ୍ଚଳ ଅଧିନ ଧାନହରା ଏବଂ ଚଣାହଟ୍ଟା କରତକଳ ଉପରେ ଭିଜଲାନ୍ସ ଚଢାଉ କରିଛି। ଏହି ଚଢାଉରେ ଲକ୍ଷାଧିକ ଟଙ୍କାର କରତକଳ ଯନ୍ତ୍ରାଂଶ ଏବଂ ବହୁ ଦାମୀ କାଠ ଜବତ ହୋଇଛି। ସୂଚନାନୁଯାୟୀ, ଦୀର୍ଘ ଦିନ ଧରି ଏହି ବେଆଇନ କରତକଳ ଚାଲି ଆସୁଥିଲା । ଅଭିଯୋଗ ପରେ ଆଜି ସକାଳୁ ଭିଜିଲାନ୍ସ ବିଭାଗ ଚଢାଉ କରିଛି । ଚଢାଉ ବେଳେ ଗ୍ୟାସ୍ କଟର ସହାୟତାରେ କରତକଳ ମଟର, ଲୁହା ଫ୍ରେମ୍କୁ କଟାଯାଇଛି । କରତକଳରେ ବ୍ୟବହୃତ ଟ୍ରାକ୍ଟରକୁ ମଧ୍ୟ ଜବତ କରାଯାଇଛି । କରତକଳକୁ ଚିରା ହେବାକୁ ଆସିଥିବା ଶାଗୁଆନ୍, ଜାମୁ, ଆକାଶିଆ ଆଦି କାଠକୁ ଜବତ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ବେଆଇନ କରତକଳ ଚଳାଇବା ଅଭିଯୋଗରେ ଧାନହରା କରତକଳର କୃଷ୍ଣ ଚନ୍ଦ୍ର ପୃଷ୍ଟି ଏବଂ ଚଣାହଟ୍ଟା କରତକଳର ଜୀତେନ୍ଦ୍ର ମହାନ୍ତିଙ୍କ ନାମରେ ମାମଲା ରୁଜୁ ହେବ ବୋଲି ଫରେଷ୍ଟ ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି ।





