ବଲାଙ୍ଗୀର, (ବାଘୁଆବାର୍ତ୍ତା): ଦେଓଗାଁ ବ୍ଲକ ପର୍ୟ୍ୟଟନସ୍ଥଳୀ ଭୀମଡୁଙ୍ଗୁରୀ ଠାରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ତିନିଜଣ ଫଟୋଗ୍ରାଫରଙ୍କ ଠାରୁ ଲୁଟ ହୋଇଛି। ଦୁର୍ବୃତ୍ତମାନେ ୭ ଲକ୍ଷ ଟଙ୍କାର କ୍ୟାମେରା ସାମଗ୍ରୀ ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଥିବା ଯୁବକମାନେ ହେଲେ ରାହୁଲ ଜୁଆଡ଼, ସୁଶାନ୍ତ ଶେଖର ହୋତା ଓ ସୁନୀଲ ଭୋଇ ଓ ଭୀମ ଡୁଙ୍ଗରି ବଟିଂ ପଏଣ୍ଟକୁ ରାହୁଲ ଜୁଆଡ଼, ସୁଶାନ୍ତ ଶେଖର ହୋତା ଓ ସୁନୀଲ ଭୋଇ ଆସିଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ସେମାନଙ୍କ ଠାରୁ ୭ ଲକ୍ଷ ଟଙ୍କାର କ୍ୟାମେରା ସାମଗ୍ରୀ ଲୁଟି ନେଇଥିଲେ ଓ ଏପରିକି ସେମାନଙ୍କ ବାଇକ୍ ଚାବି ମଧ୍ୟ ଲୁଟି ନେଇଥିଲେ। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।





