Sunday, September 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାମାନ୍ୟ ବଚସାରୁ ପଥରରେ ଛେଚି ଶିକ୍ଷକଙ୍କୁ ହତ୍ୟା କଲେ ଯୁବକ

by ସଞ୍ଜୟ ସ୍ୱାଇଁ
June 23, 2021
in Crime, State
ସାମାନ୍ୟ ବଚସାରୁ ପଥରରେ ଛେଚି ଶିକ୍ଷକଙ୍କୁ ହତ୍ୟା କଲେ ଯୁବକ
263
VIEWS
Share on FacebookShare on Twitter

ଫୁଲବାଣୀ, (ବାଘୁଆବାର୍ତ୍ତା): କନ୍ଧମାଳ ଜିଲା ଖଜୁରିପଡା ଥାନା ଅନ୍ତର୍ଗତ ଆଡାସୀପଡ଼ା ନିକଟସ୍ଥ ପୁଡୁନିସୁଗା ଠାରେ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ବଡଭୂଇଁ ଗ୍ରାମର ସୁଜିତ ସାହାଣୀ (୨୭)। ମଙ୍ଗଳବାର ସୁଜିତ ଏକ ଭୋଜି କାର୍ୟ୍ୟରେ ଯୋଗ ଦେବା ପାଇଁ ଲାଇନପଡା ଯାଇଥିଲେ । ସେଠାରେ କିଛି ସ୍ଥାନୀୟ ଯୁବକଙ୍କ ସହ ତାଙ୍କର କୌଣସି କାରଣ ନେଇ ବଚସା ହୋଇଥିଲା। ଉକ୍ତ ଯୁବକମାନେ ସେଠାରୁ ଆସି ପୁଡୁନିସୁଗା ଗାଁ ପାଖ ପତ୍ରପୋଡି ରାସ୍ତାରେ କାଠପକାଇ ଜଗି ରହିଥିଲେ। ସୁଜିତ ଓ ବିଦେଇ ସାହାଣୀ ଭୋଜି କାମ ସାରି ନିଜ ଘର ବଡଭୂଇଁକୁ ଫେରୁଥିଲେ। ଫେରିବା ବାଟରେ ଅର୍ଥାତ ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ରାସ୍ତାରେ ଜଗିରହିଥିବା ଯୁବକମାନେ ଏହି ଦୁଇ ଜଣଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣକାରୀ ମାନେ ସୁଜିତଙ୍କୁ ଏକ ପଥରରେ ଛେଚି ଦେବା ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ପକ୍ଷରେ ବିଦେଇ ସାହାଣୀ ସେଠାରୁ ଖସି ଆସି ଗାଁରେ ସୂଚନା ଦେଇଥିଲା। ଗାଁ ଲୋକ ଖଜୁରିପଡା ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ଲାଇନପଡାର ଜଣକୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟମାନଙ୍କୁ ଖୋଜା ଚାଲିଛି । ମୃତ ସୁଜିତ ବଡମ୍ବା ନରସିଂହପୁର ଅଞ୍ଚଳରେ ଶିକ୍ଷକତା କରୁଥିବା ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!