ପୁରୀ, (ବାଘୁଆବାର୍ତ୍ତା): ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା ଘଟଣାର ଶୁଣାଣୀ କରି ପୁରୀ ପ୍ରଥମ ଜିଲ୍ଲା ଦୌରାଜଜ ଆର.କେ ଜେନା ୨୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ୨୦୧୨ ସେପ୍ଟେମ୍ବର ୧୨ ତାରିଖରେ କଣାସ ବଳାଜିତପୁରର ଭରତ ଚନ୍ଦ୍ର ବଳିଆର ସିଂହଙ୍କ ପୁଅ ମାନସ କୁମାର ବଳିଆର ସିଂହଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା । ଏନେଇ କଣାସ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପୁରୀ ପ୍ରଥମ ଜିଲ୍ଲା ଦୌରାଜଜ ଆର.କେ ଜେନାଙ୍କ କୋର୍ଟରେ ଏହି ମାମଲାର ଶୁଣାଣୀ ହୋଇଥିଲା। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ୨୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।





