ଭଦ୍ରକ:(ବାଘୁଆ ବାର୍ତ୍ତା) ଗତ ୨୨.୦୬.୨୦୨୨ ରିଖ ସମରାଇପୁର ର କଲ୍ୟାଣ ନଗର ର ଅଜୟ କୁମାର ମଲ୍ଲିକ ଙ୍କ Hero Passion Pro ମଟର ସାଇକେଲ ଯାହାର ନୋ OR22E1221 ଗାଡି ଟି ଚୋରୀ ହୋଇଯାଇଥିଲା | ଥାନା ରେ ରିପୋର୍ଟ ହେବା ପରେ ଉକ୍ତ କେଶ ର ତଦନ୍ତ ସମୟରେ ଉକ୍ତ ଚୋରୀ ଗାଡି ଟି ଟାଉନ ଥାନା ପରିସର ରେ ଥିବାର ଜାଣିବାକୁ ପାଇଥିଲା ପୋଲିସ ଏବଂ ଜବତ କରିଥିଲା | ପରେ ଟାଉନ ଥାନା ର CCTV ଓ କିଛି ଅନ୍ୟ ଜାଗାର CCTV ଯାଞ୍ଚ କଲା ପରେ ଜଣେ ଚୋର ରେଲୱେ କଲୋନୀ ର ରଞ୍ଜନ ପାତ୍ର ଏହି ଗାଡି ନେଇ ବୁଲୁଥିବାର ଖବର ପାଇଥିଲା ଗ୍ରାମାଞ୍ଚଳ ପୋଲିସ । ଗତ କାଲି ରଞ୍ଜନ ପାତ୍ର ଘରେ ଚଢାଉ ବେଳେ ତାକୁ ପୋଲିସ ଗିରଫ କରିଛି ଓ ତା ଠାରୁ ପାଞ୍ଚ ଗୋଟି ମଟର ସାଇକେଲ ଜବତ କରିଛି | ଏବଂ ସେ ସବୁ ଗାଡି ଅଭିଯୁକ୍ତ ଚୋରୀ କରିଥିବା ମାନିଥିଲା ଓ ଅଧିକ ପଚରା ଉଚରା କରିବାରୁ ସେ ତାର ଅନ୍ୟ କିଛି ସହଯୋଗୀ ଚୋର ଙ୍କ ନାମ ଠିକଣା କହିଲା | ପରେ ଗ୍ରାମାଞ୍ଚଳ ପୋଲିସ ଅନ୍ୟ ଜଣେ ଚୋର କୁନିପୁଅ ବିଜୟ ଜେନା ଘରେ ଚଢାଉ କରିଥିଲା ଓ ଦୁଇଟି ମଟର ସାଇକେଲ ଜବତ କରିଥିଲା | ଅଭିଯୁକ୍ତ ବିଜୟ ଜେନା ଆଗରୁ ଟାଉନ ଥାନା ରେ ମଟର ସାଇକେଲ ଚୋରୀ କେଶ ରେ ଜେଲ ଯାଇଥିଲା ପୋଲିସ କହିଛି | ପରେ ଅନ୍ୟ କିଛି ଚୋର ଙ୍କ ଘରେ (ତିହିଡି, ସାବରଙ୍ଗ) ଅଞ୍ଚଳ ରେ ଚଢାଉ କରି ଆଉ ଦୁଇଟି ମଟର ସାଇକେଲ ଜବତ କରିଛି ପୋଲିସ | ଏହି କେଶ ରେ ସମୁଦାୟ ଦଶ ଟି ମଟର ସାଇକେଲ ଜବତ ହୋଇଛି | ବର୍ତମାନ ଦୁଇ ଜଣ ଆସାମୀ ଗିରଫ ହୋଇଛନ୍ତି | ଅନ୍ୟ ଆସାମୀ ମାନଙ୍କୁ ଶୀଘ୍ର ଧରାଯିବା ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ ରଞ୍ଜନ କେରକେଟା ସୂଚନା ଦେଇଛନ୍ତି |





