Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇନ୍‌ଷ୍ଟାରେ ପୋଷ୍ଟ କଲେ ଶେଷ ଭିଡିଓ, ପୋଖରୀରୁ ମିଳିଲା ଜୟନ୍ତୀଙ୍କ ମୃତଦେହ

by ସଞ୍ଜୟ ସ୍ୱାଇଁ
July 17, 2022
in Crime, State
ଇନ୍‌ଷ୍ଟାରେ ପୋଷ୍ଟ କଲେ ଶେଷ ଭିଡିଓ, ପୋଖରୀରୁ ମିଳିଲା ଜୟନ୍ତୀଙ୍କ ମୃତଦେହ
205
VIEWS
Share on FacebookShare on Twitter

ସୋର, (ବାଘୁଆବାର୍ତ୍ତା): ମୁଁ ହୁଏତ କାଲି ନଥିବି । ସମୟ ବଡ଼ ବଳବାନ, ଜୀବନର ସବୁଠୁ ବଡ଼ ଗୁରୁ ହେଉଛି ସମୟ। କାହିଁକି ନା ସମୟ ଯାହା ଆମକୁ ଶିଖାଇଥାଏ ତା କୌଣସି ବହି ଶିଖାଇନଥାଏଟ୍ଟ.। ଶନିବାର ରାତିରେ ଇନ୍‌ଷ୍ଟାରେ ଏମିତି କିଛି ଭିଡିଓ କରିବା ପରେ ରବିବାର ସକାଳୁ ଗାଁ ପୋଖରୀରୁ ମିଳିଛି ମୃତଦେହ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କଇଁଥଗଡିଆ ଗାଁରେ ଏଭଳି ଏକ ଘଟଣା ଘଟିଯାଇଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରୁଛି । ଖବର ଅନୁଯାୟୀ, କଇଁଥଗଡିଆ ଗାଁରେ ବୁଦ୍ଧଦେବ ପାତ୍ରଙ୍କ ସ୍ତ୍ରୀ ଜୟନ୍ତୀ ପାତ୍ର ଶନିବାର ରାତିରେ କେଉଁଆଡେ ଚାଲିଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ କୌଣସି ପତ୍ତା ମିଳିନଥିଲା । ଶେଷରେ ଗାଁ ପୋଖରୀରେ ଜୟନ୍ତୀଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଏହାଦେଖି ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ସେତେବେଳକୁ ଜୟନ୍ତୀଙ୍କର ମୃତ୍ୟୁ ହୋଇସାରିଥିଲା । ଏବେ ଯାଏଁ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ତାଙ୍କ ନାକରୁ ରକ୍ତ ବାହାରୁଥିବାର ଦେଖିବାକୁ ମିଳିଛି । ସେପଟେ ଜୟନ୍ତୀଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏହାପୂର୍ବରୁ ଜୟନ୍ତୀ ସ୍ୱାମୀ ବୁଦ୍ଧଦେବ ନିର୍ୟ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି । ସ୍ୱାମୀ ବୁଦ୍ଧଦେହ କହିଛନ୍ତି ଯେ, ରାତିରେ ସବୁ ଠିକ୍‌ଠାକ୍‌ ଥିବା ବେଳେ ହଠାତ୍‌ ପୋଖରୀରୁ ମୃତଦେହ ମିଳିବା ଆଶ୍ଚର୍ୟ୍ୟର କଥା । ସବୁଠୁ ବଡ଼ କଥା ହେଲା କି, ଜୟନ୍ତୀ ଶନିବାର ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ରିଲ୍ସ ଜରିଆରେ କହିଛନ୍ତି ଯେ, ସମୟ ବଡ଼ ବଳବାନ, ଜୀବନର ସବୁଠୁ ବଡ଼ ଗୁରୁ ହେଉଛି ସମୟ। କାହିଁକି ନା ସମୟ ଯାହା ଆମକୁ ଶିଖାଇଥାଏ ତା କୌଣସି ବହି ଶିଖାଇନଥାଏଟ୍ଟ.। ତେବେ ଜୟନ୍ତୀଙ୍କ ଏପରି ଭିଡିଓର ମାନେ କଣ ? ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!