ଭୁବନ,(ବାଘୁଆବାର୍ତ୍ତା): ମାତିଲେ କଳା ପଲସର। ଆଶା ଦିଦିଙ୍କ ସ୍କୁଟୀ ଡିକି ଭାଙ୍ଗି ଲୁଟିନେଲେ ପଚାଶ ହଜାର ଟଙ୍କା । ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଠାରୁ ଶହେ ମିଟର ଦୂର ମାର୍କେଟ କମ୍ପ୍ଲେକସରେ । ଭୁଷଳ ଗ୍ରାମର ଆଶା ଦିଦୀ ନମିତା ଦାସ ଭୁବନ ଷ୍ଟେଟ ବ୍ୟାଙ୍କରୁ ତାଙ୍କ ଗ୍ରୁପ(ଶକ୍ତି ମା’ ତାରିଣୀ ) ପାଶ ବୁକରୁ ଟଙ୍କା ଉଠାଇ ଫେରୁଥିଲେ । ତେବେ ଭୁବନ ଥାନାରୁ ଶହେ ମିଟର ଦୂରତାରେ ଥିବା ମାର୍କେଟ କମ୍ପେକ୍ଲସରୁ ପରିବା କିଣିବା ସମୟରେ କିଛି ଦୁର୍ବୁତ୍ତ ତାଙ୍କ ସ୍କୁଟି ଡ଼ିକି ଭାଙ୍ଗି ଟଙ୍କା ନେଇ ଯାଇଥିଲେ । ପରିବା କିଣି ନମିତା ଆସିବା ପରେ ସ୍କୁଟି ଡିକି ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। । ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି।





