Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଣଙ୍କ ନାମରେ ୱାରେଣ୍ଟ, ଆଉ ଜଣଙ୍କୁ ଉଠାଇନେଲେ ପୋଲିସ୍

by ସଞ୍ଜୟ ସ୍ୱାଇଁ
July 16, 2022
in Crime, State
ଜଣଙ୍କ ନାମରେ ୱାରେଣ୍ଟ, ଆଉ ଜଣଙ୍କୁ ଉଠାଇନେଲେ ପୋଲିସ୍
64
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଜଣଙ୍କ ନାମରେ ୱାରେଣ୍ଟ, ଆଉ ଜଣଙ୍କୁ ଉଠାଇନେଲା ପୋଲିସ । ଭଦ୍ରକ ଜିଲ୍ଲା ବନ୍ତ ପୋଲିସ ବିରୋଧରେ ଏସପିଙ୍କ ଦ୍ୱାରସ୍ଥ ହେବେ ଦିବ୍ୟାଙ୍ଗ ବୃଦ୍ଧ । ଅଭିଯୁକ୍ତ ନ ହୋଇବି ବଳପୂର୍ବକ ଘରୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ପ୍ରାୟ ୨୯ ବର୍ଷ ତଳର ଏକ ପୁରୁଣା ମାମଲାରେ କୋର୍ଟ ପକ୍ଷରୁ ଜାରି ହୋଇଥିବା ୱାରେଣ୍ଟ ବଳରେ ତାଙ୍କୁ ବଳପୂର୍ବକ ଘରୁ ଉଠାଇ ଆଣିଥିବା ବେଳେ ଥାନାରେ ଦସ୍ତଖତ କରିବା ସମୟରେ କାଗଜପତ୍ର ଯାଞ୍ଚ କଲାବେଳେ ସେ ନୁହଁନ୍ତି ବୋଲି ଜଣାପଡ଼ିଥିଲା । ଏହି ଘଟଣାରେ ବୃଦ୍ଧ ଦିବ୍ୟାଙ୍ଗଙ୍କ ସମ୍ମାନ ହାନି ହୋଇଥିବା ଦର୍ଶାଇ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିକାକୁ ନିବେଦନ କରିଛନ୍ତି । ମାତ୍ର ଏସପିଙ୍କ ପକ୍ଷରୁ ଏଯାବତ କୌଣସି ନ୍ୟାୟ ପାଇନଥିବାରୁ ଆଗାମି ୧୫ଦିନ ମଧ୍ୟରେ ନ୍ୟାୟ ନମିଳିଲେ ଭିନ୍ନକ୍ଷମ ସୁରକ୍ଷା ମଞ୍ଚର ସହଯୋଗରେ ଏସପିଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପଧାନପଡା ଗ୍ରାମରେ । ବନ୍ତ ଥାନାର ୧୯୯୩ ମସିହାର ଏକ ପୁରୁଣା କେଶ ନମ୍ବର ୧୩୩ ମୂଳେ ଘରୁ କାର୍ତ୍ତିକ ଚନ୍ଦ୍ର ଜେନାଙ୍କୁ ବଳପୂର୍ବକ ଉଠେଇ ଆଣିଥିଲେ । ମାତ୍ର କୋର୍ଟ ଚାଲାଣ ପୂର୍ବରୁ ଥାନାରେ ଅଭିଯୁକ୍ତ ଭାବେ ଦସ୍ତଖତ କରିବା ସମୟରେ କାଗଜପତ୍ର ଯାଞ୍ଚ କରାଯିବା ବେଳେ ଉକ୍ତ ମାମଲାର ଅଭିଯୁକ୍ତ ସ୍ଥାନୀୟ ଚାଇଁପୁର ଗ୍ରାମର କାର୍ତ୍ତିକ ଜେନା ବୋଲି ଜଣାପଡିଥିଲା । ଆଇଆଇସିଙ୍କ ହସ୍ତକ୍ଷେପରେ ଦିବ୍ୟାଙ୍ଗ ବୃଦ୍ଧଙ୍କୁ ଛାଡି ଦିଆ ଯାଇଥିଲା । ତେବେ ଶହେ ଦୋଷୀ ବରଂ ଖସି ଯାଆନ୍ତୁ ହେଲେ ନିର୍ଦୋଷ ଦଣ୍ଡ ନପାଉ ଏପରି ଭାରତୀୟ ଆଇନ ବ୍ୟବସ୍ଥା ହୋଇଥିବା ବେଳେ ଏହି ବନ୍ତ ପୋଲିସ ନଜାଣି ୱାରେଣ୍ଟ ନଦେଖି ଦିବ୍ୟାଙ୍ଗ କାର୍ତ୍ତିକ ଜେନାଙ୍କୁ ଥାନାକୁ ଆଣିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏନେଇ କାର୍ତ୍ତିକ ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି ଓ ଅନ୍ୟ ବିଭାଗ ଗୁଡିକୁ ଅବଗତ କରାଇଛନ୍ତି । ତେବେ ବନ୍ତ ଥାନା ଅଧିକାରୀ ଗଣମାଧ୍ୟମ ସମ୍ମୁଖ ରେ କିଛି କହିନଥିଲେ ବି, ମୌଖିକ ଭାବେ କହିଛନ୍ତି ଯେ ନାମ ଓ ବାପାଙ୍କୁ ନାମ ସମାନ ଥିବାରୁ ଭୁଲବସତ କାର୍ତ୍ତିକଙ୍କୁ ଥାନାକୁ ଅଣାଯାଇଥିଲା । କିନ୍ତୁ କାଗଜପତ୍ର ଯାଞ୍ଚ ବେଳେ ଜଣାପଡିବାରୁ ତାଙ୍କୁ ଘରେ ଛାଡିଦିଆଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!