ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ଚଳନ୍ତା ଟ୍ରେନରେ ଯାତ୍ରୀଙ୍କୁ ଛୁରା ମାଡ଼ କରି ହତ୍ୟା । ଚେନ୍ନାଇ-ହାୱାଡା ମେଲ ଏକ୍ସପ୍ରେସରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଟ୍ରେନରେ ଦୁଇ ଜଣ ଯାତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡୋଗଳ ହୋଇଥିଲା।ଫଳର ଜଣେ ଯାତ୍ରୀଙ୍କ ଛୁରା ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପ୍ରସନ୍ନଜିତ ଗରାଇ। ଗଞ୍ଜାମ ଷ୍ଟେସନ ନିକଟରେ ତାଙ୍କୁ ଆରପିଏଫ ଉଦ୍ଧାର କରି ଛତ୍ରପୁର ମେଡିକାଲ ଆଣିଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଏହି ଘଟଣାର ଅଭିଯୁକ୍ତ ରାଜୀବ ଗରାଇଙ୍କୁ ପୁଲିସ ଗଞ୍ଜାମ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ମୃତକ ପ୍ରସନ୍ନଜିତଙ୍କ ଘର ହେଉଛି ପଞ୍ଚିମବଙ୍ଗ ବାହାଦୁରପୁରରେ ବୋଲି ଜଣାପଡିଛି ।





