କଣ୍ଟାବାଞ୍ଝି, (ବାଘୁଆବାର୍ତ୍ତା): କଣ୍ଟାବାଞ୍ଜିରେ କଳା ପଲସର ଆତଙ୍କ। ଟିକିଏ ଅସାବଧାନତା ହେଲେ ଟଙ୍କା ଝାମ୍ପି ନେଉଛନ୍ତି ଲୁଟେରା। ଶୁକ୍ରବାର କଣ୍ଟାବାଞ୍ଜି ଅଞ୍ଚଳର ଏଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କଠାରୁ ୪୯ହଜାର ଟଙ୍କା ଝାମ୍ପି ନେଇ ଫେରାର ମାରିଛନ୍ତି ଲୁଟେରା ସୂଚନା ଅନୁସାରେ, କଣ୍ଟାବାଞ୍ଜି ଥାନା ପଖନମୁଣ୍ଡା ଗାଁର ଦୟାନିଧି ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଏସବିଆଇ ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ଟଙ୍କା ଉଠାଇବା ପରେ ଆଶ୍ରମପଡାରେ ଜଣକୁ ସାକ୍ଷାତ କରିବାକୁ ଯାଉଥିବା ବେଳେ ତାଙ୍କ ହାତରୁ ଦୁଇ ଲୁଟେରା ଟଙ୍କା ଝାମ୍ପି ନେଇ ବାଇକରେ ଚମ୍ପଟ ମାରିଥିଲେ। ଦୟାନିଧି ଚିତ୍କାର କରିବା ସହ କିଛି ବାଟ ଲୁଟେରାମାନଙ୍କୁ ପିଛା କରିଥିଲେ ମଧ୍ୟ ୨ ଲୁଟେରା ଦ୍ରୁତ ଗତିରେ ଫେରାର ମାରିଥିଲେ । କଣ୍ଟାବାଞ୍ଜି ପୋଲିସର ଘଟଣାର ତଦନ୍ତ ଆରମ୍ଭ କରିଛି । ସେହି ଅଞ୍ଚଳରେ ଥିବା ବିଭିନ୍ନ ସିସିଟିଭିକୁ ଯାଞ୍ଚ କରୁଛି ପୋଲିସ ।





