Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୪ ଥର ଗର୍ଭ ନଷ୍ଟ କରୁଥିଲା ପ୍ରେମିକ, ଜୀବନ ହାରିଲେ ପ୍ରେମିକା

by ସଞ୍ଜୟ ସ୍ୱାଇଁ
July 15, 2022
in Crime, NATIONAL NEWS
୧୪ ଥର ଗର୍ଭ ନଷ୍ଟ କରୁଥିଲା ପ୍ରେମିକ, ଜୀବନ ହାରିଲେ ପ୍ରେମିକା
191
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପ୍ରେମିକର ନିର୍ୟାତନା ଅସହ୍ୟ ହେଲା। ଆଉ ଜୀବନ ହାରିଲେ ପ୍ରେମିକା। ଗର୍ଭପାତ କରିବା ପାଇଁ ୧୪ ଥର ଚାପପୟୋଗ କରିବା ପରେ ଶେଷରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ଦକ୍ଷିଣଦିଲ୍ଲୀର ଜଟିପୁର ଇଲାକାରେ ସମ୍ପୃକ୍ତ ଯୁବତୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଗତ ଜୁଲାଇ ୫ରେ ଏହି ଘଟଣା ଘଟିଛି। ଆତ୍ମହତ୍ୟା କରିଥିବା ଯୁବତୀଙ୍କ ଘରୁ ପୁଲିସ ଏକ ସୁଇସାଇଡ୍‌ ନୋଟ ଜବତ କରିଛି। ସେଥିରେ ଯୁବତୀ ଜଣକ ତାଙ୍କର ଜଣେ ପାର୍ଟନରଙ୍କ ସହ ସମ୍ପର୍କରେ ଥିଲେ। ଯିଏ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ସେ ବାରମ୍ବାର ଶାରିରୀକ ସମ୍ପର୍କ ରଖୁଥିଲେ। ଏମିତି ସେ ବାରମ୍ବାର ଗର୍ଭବତୀ ହେବା ପରେ ୧୪ଥର ପର୍ୟ୍ୟନ୍ତ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ। ପରେ ତାଙ୍କ ପ୍ରେମିକ ବିବାହ କରିବାକୁ ମନା କରିଦେଇଥିଲେ। ଏଥିରେ ନିରାଶ ହୋଇ ପ୍ରେମିକା ଜଣକ ଆତ୍ମହତ୍ୟା ପଥ ବାଛି ନେଇଥିବା ଉଲ୍ଲେଖ ରହିଛି। ସମ୍ପୃକ୍ତ ଅଭିଯୁକ୍ତ ଯୁବକ ଜଣକ ଏକ ସଫ୍ଟୱେର କମ୍ପାନୀରେ କାମ କରନ୍ତି। ତାଙ୍କ ନାମରେ ପୁଲିସ ମାମଲା ରୁଜୁ କରିଛି। ସୂଚନା ଅନୁଯାଇ ଗତ ଜୁଲାଇ ୫ରେ ପିସିଆର ଏକ କଲ ପାଇଥିଲା। ଏହା ପରେ ପୁଲସିର ଏକ ଟିମ ଘଟଣାସ୍ଥଳକୁ ପଠାଯାଇଥିଲା। ସେଠାରେ ଯୁବତୀ ଜଣକ ଘର ଭିତରେ ଝୁଲୁଥବା ଜଣାପଡ଼ିଥିଲା। ପରେ ଯୁବତୀ ଜଣଙ୍କୁ ଓହ୍ଲାଇ ଏମସ୍‌ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦକ୍ଷିଣପୂର୍ବ ଡିସିପି ଇଶା ପାଣ୍ଡେ ଏହି ସୂଚନା ଦେଇଛନ୍ତି। ପୁଲିସ ଏକ ମୋବାଇଲ ଫୋନ୍‌ ଜବତ କରିଥିବା ବେଳେ ଯେଉଁ ଷ୍ଟୋଲରେ ଠିଆ ହୋଇ ଆତ୍ମହତ୍ୟା କରିଥିଲା ତାହା ଜବତ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ ମହିଳା ଜଣଙ୍କୁ ୩୨ ବର୍ଷ ହୋଇଥିବା ବେଳେ ବିବାହିତ ମଧ୍ୟ। କିନ୍ତୁ ସେ ତାଙ୍କ ସ୍ୱାମୀଙ୍କ ଠାରୁ ୭-୮ ବର୍ଷ ହେବ ଅଲଗା ରହୁଥିଲେ। ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!