ଜଗତସିଂହପୁର, (ବାଘୁଆବାର୍ତ୍ତା): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଓଳଗଦା ଗାଁରେ ଅଘଟଣ । ଲକ୍ଷେ ଟଙ୍କା ଓ ବାଇକ ଯୌତୁକ ନଆଣିବାରୁ ନବବଧୂକୁ ମରଣାନ୍ତକ ଆକ୍ରମଣ । ଗୁରୁତର ମହିଳା ଚନ୍ଦ୍ରମୁଖୀ ବେହେରା । ତାଙ୍କୁ ପ୍ରଥମେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏରସମା ଥାନାରେ ସ୍ୱାମୀ ପ୍ରିୟବ୍ରତ ବେହେରାଙ୍କ ସହ ଶାଶୂ, ଶ୍ୱଶୁର ଓ ନଣନ୍ଦଙ୍କ ନାଁରେ ଏତାଲା ଦିଆଯାଇଛି । ଦୁଇବର୍ଷ ତଳେ ଏରସମା ଥାନା ଜିରାଇଲୋ ଗାଁର ଧ୍ରୁବ ଚରଣ ବେହେରାଙ୍କ ଝିଅ ଚନ୍ଦ୍ରମୁଖି, ଓଳଗଦା ଗାଁର ପ୍ରିୟବ୍ରତ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ବିବାହର କିଛି ଦିନ ପରେ ବାପ ଘରୁ ଲକ୍ଷେ ଟଙ୍କା ଓ ବାଇକ ଯୌତୁକ ଆଣିବାକୁ ସ୍ୱାମୀ, ଶ୍ୱଶୁର, ଶାଶୁ ଓ ନଣନ୍ଦ ଦାବି କରି ଚନ୍ଦ୍ରମୁଖୀଙ୍କୁ ମାଡ଼ ମାରି ଗୁରୁତର କରିଥିବା ଜଣାପଡ଼ିଛି ।





