ରଣପୁର, (ବାଘୁଆବାର୍ତ୍ତା): ସୁନାଖଳା ପୁଲିସକୁ ମିଳିଛି ବଡ଼ ସଫଳତା । ଆଜି ସକାଳୁ ସୁନାଖଳା ପୁଲିସ ପକ୍ଷରୁ ବିନୋଦପଡ଼ା ଛକ ଠାରେ ପେଟ୍ରୋଲିଂ କରୁଥିବା ସମୟରେ ସନ୍ଦେହରେ ୨ ଜଣଙ୍କୁ ଅଟକ ରଖିଥିଲେ । ଗୋଟିଏ ଆପାଚି ଗାଡ଼ିରେ ୨ ଜଣ ଯାଉଥିଲେ । ଗାଡ଼ି ଚେକିଂ କରାଯାଇଥିବାରୁ ଗାଡ଼ିର ଇଞ୍ଜିନ ନମ୍ବର ଓ ଚେଚିସ ନଂ ଟାମ୍ପରିଂ କରାଯାଇଥିବା ଜଣା ପଡ଼ିଥିଲା । ପୁଲିସର ଦୁଇ ବ୍ୟକ୍ତିଙ୍କ ଉପରେ ସନ୍ଦେହ ବଢ଼ିଥିବାରୁ ତାଙ୍କୁ ପଚରା ଉଚରା କରାଯାଇଥିଲା । ତାଙ୍କ ଠାରୁ ଆଉ ୫ ଗୋଟି ଚୋରା ଗାଡ଼ି ଧରା ପଡ଼ିଥିଲା । ସର୍ବ ମୋଟ ୬ ଗୋଟି ଜବତ କରାଯାଇଛି । ରଣପୁର ଥାନା କେସ ନଂ – ୧୬୯/୨୦୨୨ ରେ ମାମଲା ରୁଜ କରାଯାଇ କୁଳାସର ଗ୍ରାମର ସୁଶାନ୍ତ ଦାସଙ୍କ ପୁଅ ତାପସ ରଞ୍ଜନ ଦାସ ଓ ବେଗୁନିଆ ରାସଳ ଗ୍ରାମର ଦୁର୍ଯ୍ୟୋଧନ ବେହେରାଙ୍କ ପୁଅ ଅର୍ଜୁନ ବେହେରାଙ୍କୁ ଗିରଫ କରାଯାଇ କୋର୍ଟ ଫରୁୱାର୍ଡ କରାଯାଇଛି । ସୁନାଖଳା ଫାଣ୍ଡି ଅଧିକାରୀ ପ୍ରିତି ପ୍ରକାଶ ମହାନ୍ତି ଏହି ଆସାମି ମାନଙ୍କୁ ଠାବ କରିବାରେ ସଫଳ ହୋଇଥିଲେ ।





