Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଶ୍ଳୀଳ ଫୋଟ ଭାଇରାଲ, ନାବାଳିକା ଆତ୍ମହତ୍ୟା, ୩ ଗିରଫ

by ସଞ୍ଜୟ ସ୍ୱାଇଁ
July 13, 2022
in Crime, State
ଅଶ୍ଳୀଳ ଫୋଟ ଭାଇରାଲ, ନାବାଳିକା ଆତ୍ମହତ୍ୟା, ୩ ଗିରଫ
140
VIEWS
Share on FacebookShare on Twitter

ଭଞ୍ଜନଗର, (ବାଘୁଆବାର୍ତ୍ତା): ଅଶ୍ଳୀଳ ଫୋଟ ଭାଇରାଲକୁ ନେଇ ଗଞ୍ଜାମ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ତାରସିଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକା ଆତ୍ମହତ୍ୟା କରିବା ମାମଲାରେ ଆଜି ତିନି ଜଣ ଗିରଫ ହୋଇଛନ୍ତି। ଏନେଇ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ଭିତରେ ଦୁଇ ନାବାଳକ ଅଛନ୍ତି। ନାବାଳିକା ଲେଖିଥିବା ସୁଇସାଇଡ଼ ନୋଟ ଓ ତାଙ୍କ ବାପା ଦେଇଥିବା ଏତଲା ଆଧାରରେ ତାରସିଙ୍ଗ ପୁଲିସ ଏହି ପଦକ୍ଷେପ ନେଇଛି। ଏହି ନାବାଳିକାଙ୍କୁ ସ୍ଥାନୀୟ ଜଣେ ନାବାଳକ ପ୍ରେମ କରିବା ପରେ ବିଶ୍ୱାସ ଘାତକତା କରିଥିଲା। ନାବାଳିକାଙ୍କ ନଗ୍ନ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲା। ଏହାକୁ ନେଇ ଗାଁରେ ବୈଠକ ବସିଥିଲା। ଗୋଟିଏ କୁଟୁମ୍ବର ହୋଇଥିବାରୁ ପ୍ରାପ୍ତ ବୟସ୍କ ହେବା ପରେ ଦୁହିଁଙ୍କ ବିବାହ କରାଯିବାକୁ ସ୍ଥିର ହୋଇଥିଲା। ହେଲେ ଏହାକୁ ଗ୍ରହଣ କରି ନ ଥିଲେ ନାବାଳକ ଓ ତାର ପରିବାର। ଉତ୍‌କ୍ଷିପ୍ତ ହୋଇ ନାବାଳିକା ଓ ତାଙ୍କ ପରିବାର ଲୋକଙ୍କୁ ଗାଳିଗୁଲଜ ସହ ଧମକଚମକ ଦେଇଥିଲେ। ଏହାକୁ ନେଇ ନାବାଳିକା ମାନସିକ ଭାରସାମ୍ୟ ହରାଇଥିଲା ଏବଂ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିଲା। ଆତ୍ମହତ୍ୟା ପୂର୍ବରୁ ନିଜ ପଢ଼ା ଖାତାରେ ଆତ୍ମହତ୍ୟାର କାରଣ, ଏଥିପାଇଁ ଦାୟୀ ନାବାଳକ ଓ ନିଜ ବାପା ଓ ମା’ଙ୍କ ପ୍ରତି ରହିଥିବା ପ୍ରଗାଢ଼ ଭଲ ପାଇବା ସମ୍ପର୍କରେ ଉଲ୍ଲେଖ କରିଥିଲେ। ତାରସିଙ୍ଗ ଥାନାରେ ଏହି ଘଟଣାକୁ ନେଇ ଝିଅର ବାପା ଅଭିଯୋଗ କରିବା ପରେ ବିଶ୍ୱାସ ଘାତକତା କରିଥିବା ନାବାଳକ, ତାର ଅନ୍ୟ ଜଣେ ସହଯୋଗୀ(ନାବାଳକ) ଓ ନାବାଳକଙ୍କ ବାପାଙ୍କୁ ଧରିଛି ପୁଲିସ। ସେମାନଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!