Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମିଥ୍ୟା ପ୍ରତିଶୃତି ଦେଇ ଯୁବତୀଙ୍କୁ ବଳତ୍କାର, ୧୦ ବର୍ଷ ଜେଲ ଦଣ୍ଡ, ୨୦ ହଜାର ଫାଇନ, ପିଡିତାଙ୍କୁ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

by ସଞ୍ଜୟ ସ୍ୱାଇଁ
July 13, 2022
in Crime, Nayagarh, State
ମିଥ୍ୟା ପ୍ରତିଶୃତି ଦେଇ ଯୁବତୀଙ୍କୁ ବଳତ୍କାର, ୧୦ ବର୍ଷ ଜେଲ ଦଣ୍ଡ, ୨୦ ହଜାର ଫାଇନ, ପିଡିତାଙ୍କୁ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା
382
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଫାଷ୍ଟ ଟ୍ରାକ କୋର୍ଟ ର ବିଚାରପତି ବିରଞ୍ଚି କୁମାର ରଥ ଏକ ଯୁବତୀଙ୍କୁ ବଳତ୍କାର ଘଟଣାର ବିଚାର କରି ଆସାମୀକୁ ଦଣ୍ଡାଦେଶ କରିଛନ୍ତି । ବଲାଙ୍ଗିର ଜିଲ୍ଲା ଲୋଇସିଂଘା, ଥାନା-କେଉଟପଲ୍ଲୀ ଗାଁର ଟୁଡୁ ନନ୍ଦ ୪୦ ବର୍ଷ, ପିତା-ଲିଙ୍ଗା ନନ୍ଦ ଙ୍କୁ ୧୦ ବର୍ଷ ସଶ୍ରମ, କାରାଦଣ୍ଡାଦେଶ ସହିତ ୨୦,୦୦୦ ହଜାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ମାମଲା ପରିଚାଳନା କରୁଥିବା ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଅମିୟ ପଟ୍ଟନାୟକଙ୍କ ଠାରୁ ମିଳିଥିବା ସୁଚନା ମୁତାବକ ଆସାମୀ ଟୁଡୁ ନନ୍ଦ ନୟାଗଡ଼ ଜିଲ୍ଳା ମାଛିପଡ଼ାରେ ଏକ ମିଲରେ କାର୍ଯ୍ୟ କରେ । ଉକ୍ତ ମିଲରେ କାମ କରିବାକୁ ଲୋକ ଖୋଜିବା ବାହାନାରେ ନିକଟସ୍ଥ ଗ୍ରାମ ମାନଙ୍କରେ ବୁଲି ଲୋକ ମାନଙ୍କ ସହିତ ମିଳାମିଶା କରେ । ଏଭଳି ବାହାନା କରି ସୋଲପଟାର ମିନି ନାୟକ ସହିତ ସମ୍ପର୍କ ବଢ଼ାଇ ତାକୁ ବିବାହ କରିବାର ନାନା ପ୍ରଲୋଭନ ଦେଖାଇ ନିଜ ହାତରୁ ରକ୍ତ ବାହାର କରି ତାର ମସ୍ତକରେ ଲଗାଇ ତାକୁ ନିଜର ସ୍ତ୍ରୀ କରି ନେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଲା । ମିନି ଏହାକୁ ବିରୋଧ କରିବା ସତ୍ୱେ ସେ ଜୋର ଜବରଦସ୍ତ ତା ସହ ଶାରୀରିକ ସମ୍ପର୍କ ରଖି ତାକୁ ୪ ମାସ ଗର୍ଭବତୀ କରାଇଲା । ଏହି ସମୟରେ ମିନି ତାକୁ ବିବାହ କରି ତାର ଶାଶୁ ଘରକୁ ବଲାଙ୍ଗିର ଜିବାକୁ କହିବାରୁ ତାକୁ ବାରମ୍ବାର ମିଥ୍ୟା କହି ବଲାଙ୍ଗୀର ଯିବାକୁ ଦେଇନଥିଲା । ମୋ ଘରେ କେହି ନାହାନ୍ତି, ମୋ ମା’ ପାରାଲିସ ପେସେଣ୍ଟ ଇତ୍ୟାଦି କହି ସତ୍ୟକୁ ଲୁଚାଉଥିଲା । ଶେଷରେ ମିନତୀ ଏବଂ ତା ଲୋକ ମିଶି ବଲାଙ୍ଗୀର ଜିଲ୍ଲା କେଉଟପଲ୍ଲୀ ଯାଇ ଦେଖିଲେ ଆସାମୀ ବିବାହିତ ଏବଂ ତାର ପିଲାଛୁଆ ମଧ୍ୟ ଅଛନ୍ତି । ସେ ସେଠାରେ ରହିଲେ ତାକୁ ମାରିଦେବେ ବୋଲି ଆସାମୀ ଏବଂ ଅନ୍ୟ ପରିବାର ମିନିକୁ ଧମକ ଦେଲେ । ଶେଷରେ ସେ ନିରୁପାୟ ହୋଇ ନିଜ ଗାଁ କୁ ଫେରି ଆସି ଶରଣକୁଳ ଥାନାରେ ଏକ ଲିଖିତ ଏତଲା ଦେଲା । ଶରଣକୁଳ ଥାନାରେ ଏକ ମାମଲା ୧୧୫/୨୦ ରେ ରୁଜୁ ହୋଇ ତଦନ୍ତ ଚାଲିଲା । ଥାନା ଅଫିସର ବି.ଏନ.ଅମାତ ଘଟଣାର ତଦନ୍ତ କରି ଆସାମୀ ବିରୁଦ୍ଧରେ କୋର୍ଟରେ ଚାର୍ଜ ସିଟ ଦେଲେ । ଏହା ପରେ ମିନିର ଏକ କନ୍ୟା ସନ୍ତାନ ଜନ୍ମ ନେଲା । ମାମଲା ଶେଷରେ ନୟାଗଡ଼ ମହିଳା କୋର୍ଟରେ କିଛି ଦିନ ବିଚାର ହୋଇ ଫାଷ୍ଟ ଟ୍ରାକ କୁ ସ୍ଥାନାନ୍ତରିତ ହୋଇ ତୁରନ୍ତ ଗତିରେ ବିଚାର ଚାଲିଲା । ୧୫ ଜଣ ସାକ୍ଷୀ, ତଦନ୍ତକାରୀ ଅଧିକାରୀ, ଡିଏନଏ ଟେଷ୍ଟ ରିପୋର୍ଟ ଏବଂ ସରକାରୀ ଆଇନଜିବୀ ଅମିୟ ପଟ୍ଟନାୟକଙ୍କ ଦୃଢ଼ ଯୁକ୍ତିକୁ ଆଧାର କରି ବିଚାରପତି ଶ୍ରୀଯୁକ୍ତ ରଥ ଆଜି ଆସାମୀକୁ ୧୦ ବର୍ଷ ଜେଲ ଦଣ୍ଡ ଏବଂ ୨୦ ହଜାର ଟଙ୍କାର ଜୋରିମାନା ଆଦେଶ ଦେବା ସହ ପିଡିତାଙ୍କୁ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧି କରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପିଡିତାଙ୍କୁ ଉପଯୁକ୍ତ ନ୍ୟାୟ ମିଳିଥିବାରୁ ସର୍ବସାଧାରଣରେ ଏଥିପାଇଁ ଆନନ୍ଦ ପ୍ରକାଶ ପାଇବା ସହ ବିଚାର ବିଭାଗ ଉପରେ ଆସ୍ଥା ପ୍ରକଟ ପ୍ରକାଶ ପାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!