Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୮ ବର୍ଷ ତଳେ ବାହା ହୋଇଥିଲେ, ପ୍ରେମିକାଙ୍କୁ ଦ୍ଵିତୀୟ ବିବାହ କରିବା ବେଳେ ବର-କନ୍ୟାଙ୍କୁ ବେଦୀରୁ ଉଠାଇ ନେଲା ପୋଲିସ

by ସଞ୍ଜୟ ସ୍ୱାଇଁ
July 13, 2022
in Crime, State
୮ ବର୍ଷ ତଳେ ବାହା ହୋଇଥିଲେ, ପ୍ରେମିକାଙ୍କୁ ଦ୍ଵିତୀୟ ବିବାହ କରିବା ବେଳେ ବର-କନ୍ୟାଙ୍କୁ ବେଦୀରୁ ଉଠାଇ ନେଲା ପୋଲିସ
248
VIEWS
Share on FacebookShare on Twitter

ଝାରସୁଗୁଡ଼ା, (ବାଘୁଆବାର୍ତ୍ତା): ଚାଲିଥିଲା ବାହାଘର, ହଠାତ୍ ବର କନିଆଁକୁ ବେଦୀରୁ ଉଠାଇନେଲା ପୋଲିସ। କାରଣ ହେଲା ୮ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ଯୁବକ। ହେଲେ ମାନିଲାନି ଅବୁଝା ମନ। ପ୍ରଥମ ବିବାହର ୮ ବର୍ଷ ପରେ ପୁଣି ଜଣେ ଯୁବତୀଙ୍କ ସହ ପ୍ରେମରେ ପଡ଼ି ବିବାହ କରିବାକୁ ଯାଉଥିଲେ ଯୁବକ। ଧରାପଡ଼ିବାରୁ ଏବେ ଜେଲ୍‌ରେ ରସିକ ବର। ଏଭଳି ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସହରରେ। ସୂଚନାନୁଯାୟୀ, ବ୍ରଜରାଜନଗର ଥାନା ଅନ୍ତର୍ଗତ ଜିଏସ ଲାଇନ ରହୁଥିବା ଏଭିରୀୟ ତାଣ୍ଡିଙ୍କ ପୁଅ ଦୀପକ ତାଣ୍ଡି ୨୦୧୪ରେ ଅନୁପମା ତାଣ୍ଡିଙ୍କୁ ପ୍ରଥମ ବିବାହ କରିଥିଲେ। ଏବେ ତାଙ୍କର ୭ ବର୍ଷର ଏକ କନ୍ୟା ସନ୍ତାନ ରହିଛି। ବିବାହକୁ ୮ ବର୍ଷ ପୂରିଥିଲେ ମଧ୍ୟ ଦୀପକ ଅନ୍ୟ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଯାଇଥିଲେ। ମଙ୍ଗଳବାର ଦିନ ଦୀପକ ବ୍ରଜରାନଜଗର ଆଶ୍ରମ ପଡାର ଉକ୍ତ ଯୁବତୀଙ୍କୁ ମାଁ ରାମଚଣ୍ଡୀ ମନ୍ଦିରରେ ବିବାହ କରୁଥିଲେ। ଏନେଇ ଖବର ପାଇ ଦୀପକଙ୍କ ପ୍ରଥମ ପତ୍ନୀ ଅନୁପମା ସ୍ଥାନୀୟ କାଉନସିଲର ରୁନୁ ବାଗ, ସମାଜସେବୀ ସୁଜାତା ଜେନା, ଓ ସୁଶାନ୍ତ ମେହେରଙ୍କ ସହ ଯାଇ ବ୍ରଜରାଜନଗର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତୁରନ୍ତ ରାମଚଣ୍ଡୀ ମନ୍ଦିର ଯାଇ ଉଭୟ ବରକନ୍ୟାଙ୍କୁ ବେଦୀରୁ ଉଠାଇ ଆଣିଛି। ପ୍ରଥମ ପତ୍ନୀଙ୍କ ଅଭିଯୋଗକୁ ଭିତ୍ତି କରି ଦୀପକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!