Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫୭ ଲକ୍ଷ ଲୁଟ ଘଟଣା, ଟଙ୍କା ସହ ୫ ଗିରଫ

by ସଞ୍ଜୟ ସ୍ୱାଇଁ
July 12, 2022
in Crime, State
୫୭ ଲକ୍ଷ ଲୁଟ ଘଟଣା, ଟଙ୍କା ସହ ୫ ଗିରଫ
81
VIEWS
Share on FacebookShare on Twitter

ନୂଆପଡ଼ା, (ବାଘୁଆବାର୍ତ୍ତା): ନୂଆପଡା ଜିଲ୍ଲା ଖଡ଼ିଆକ ସହରରେ ଗତ ୬ ତାରିଖ ଦିନ ୫୭ଲକ୍ଷ ଟଙ୍କା ଭର୍ତ୍ତି ଥିବା ଏଟିଏମ ଭ୍ୟାନ ଗାଡିକୁ ଚାଳକ ହାଇଜାକ ମାମଲାରେ ପୋଲିସ ସମସ୍ତ ଅପରାଧୀଙ୍କୁ ଗିରଫ କରିଛି । ଗାଡ଼ିରେ ଥିବା ୫୭ ଲକ୍ଷ ଟଙ୍କା ଲୁଟିନେଇଥିବା ଘଟଣା ରେ ଆଜି ଖଡ଼ିଆଳ ପୋଲିସ ୫ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନୂଆପଡା ଏସପି ପ୍ରଦୂଷ ଦିବାକର ପ୍ରକାଶ କରିଛନ୍ତି । ସୂଚନାନୁଯାୟୀ, ୬ ତାରିଖ ଦିନ ସିଏମଏସ କଂପାନୀ ର ଏଟିଏମ ଭେନ ଭାରତୀୟ ଷ୍ଟେଟବ୍ୟାଙ୍କ ରୁ ୫୭ ଲକ୍ଷ ଟଙ୍କା ଭର୍ତ୍ତି କରି ବୋଡେ଼ନ ଓ ସିନାପାଲି ରେ ଥିବା ଏଟିଏମ ରେ ଭର୍ତ୍ତି କରିବା ପାଇଁ ବାହାରିଥିଲା । ଏହି ଦିନ ନିୟମିତ ଗାଡି ଚାଳକ ଛୁଟି ରେ ଥିବା ବେଳେ ଜୟରାମ ମାଝୀ ଗାଡି ଚାଳକ ଭାବେ ଥିଲେ । ଏହି ସମୟ ରେ ଏଟିଏମ ରେ ଟଙ୍କା ଭର୍ତ୍ତି ପାଇଁ ଭ୍ୟାନ ରେ ଥିବା ଦୁଇଜଣ କର୍ମଚାରୀ ବ୍ୟାଙ୍କ କୁ ଯାଇଥିବା ବେଳେ ସୁରକ୍ଷା ଦାଇତ୍ୱ ରେ ଥିବା ତୁଲଧର ମାଝୀ ଶୌଚାଳୟକୁ ଯାଇଥିଲେ । ଏହାର ସୁଯୋଗ ନେଇ ଗାଡିଚାଳକ ଜୟରାମ ମାଝୀ ୫୭ ଲକ୍ଷ ଟଙ୍କା ଭର୍ତ୍ତି ଏଟିଏମ ଭ୍ୟାନ କୁ ହାଇଜାକ କରି ନେଇଥିଲେ। ସୁରକ୍ଷା କର୍ମୀ ତୁଲଧର ମାଝୀ ଏନେଇ ଖଡ଼ିଆଳ ଥାନାରେ ଅଭିଯୋଗ ପରେ ଖଡ଼ିଆଳ ପୋଲିସ ତଦନ୍ତ ରେ ଲାଗିପଡିଥିଲେ । ଶେଷରେ ଭେନ ଟି ନୂଆପଡା ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲାର ମଝିରେ ଥିବା ଭରୁଆ କାନୀ ଗାଁ ନିକଟରେ ପୋଲିସ ଏଟିଏମ ଭ୍ୟାନ କୁ ପାଇଥିଲା । ଏହି ଘଟଣା ପରେ ପୋଲିସ ଟିମ ତଦନ୍ତ ରେ ଲାଗିପଡିଥିଲା । କୋମନା ପୋଲିସ ଗାଡିଚାଳକ ଜୟରାମ ମାଝୀ କୁ କୋମନା ରେ ଗିରଫ କରିବା ପରେ ଗାଡିଚାଳକ ର କହିବା ଅନୁସାରେ ପୋଲିସ ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା କଂଦେଇ ଗାଁ ରେ ଥିବା ଗାଡିଚାଳକ ର ଭଉଣୀ ବିଶାଖା ମାଝୀ ଓ ସଂପର୍କୀୟ ନରେନ୍ଦ୍ର ମାଝୀ ଈଶ୍ୱର ମାଝୀ ଙ୍କ ଠାରେ ପହଂଚି ଲୁଟ ଟଙ୍କା କୁ ଜବତ କରିଥିଲା । ପରେ କୋମନା ଥାନା ଛତା ଗାଁ ରେ ଥିବା ଭୁଜବଲ ମାଝୀ ଙ୍କ ଠାରୁ ମଧ୍ୟ ଟଙ୍କା ଜବତ କରିଥିଲା । ଗାଡିଚାଳକ ଜୟରାମ ମାଝୀ ଏଟିଏମ ଭ୍ୟାନ ରୁ ଟଙ୍କା ଲୁଟ କରି ନିଜ ସଂପର୍କୀୟ ପାଖରେ ରଖିଥିଲା ।ଏହି କାର୍ୟ୍ୟରେ ସମ୍ପର୍କୀୟ ମାନେ ମଧ୍ୟ ତାକୁ ସହାୟତା କରିଥିଲେ । ଗାଡିଚାଳକ ଜୟରାମ ମାଝୀ ଙ୍କୁ ପୋଲିସ ଗିରଫ କରିବା ଶହ ତାକୁ ସହଯୋଗ କରିଥିବା ସଂପର୍କୀୟ ଙ୍କୁ ମଧ୍ୟ ଗିରଫ କରିଛି । ବ୍ୟବହୃତ ଗାଡି ଗୁଡିକ ସହ ଲୁଟ ୫୭ ଲକ୍ଷ ଟଙ୍କା ରୁ ପୋଲିସ ମୋଟ ୫୫ଲକ୍ଷ ୭୬ ହଜାର ୭୫୦ ଟଙ୍କା ଜବତ କରିଛି । ପ୍ରେସମିଟ ଜରିଆରେ ନୂଆପଡା ଏସ୍ପି ପ୍ରଦୂଷ ଦିବାକର ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!