ଦଶପଲ୍ଲା, (ବାଘୁଆବାର୍ତ୍ତା): ନୟାଗଡ ଜିଲ୍ଲାର ଦଶପଲ୍ଲା ଥାନା ଅନ୍ତର୍ଗତ ଘୋଳା ହାଣ୍ଡି ପଞ୍ଚାୟତ ର ଓସ୍ତ ଛକ ନିକଟରେ ଥିବା ଗୁପ୍ତେଶ୍ୱର ଦାସ ଙ୍କ ଘରେ ଭଡା ରେ ରହୁଥିବା ସେହି ଗ୍ରାମର ପ୍ରଫୁଲ୍ଲ କୁମାର ମହାରଣା ଙ୍କ ଘରୁ ଚୋର କଳାକନା ବୁଲାଇ ଦେଇଛନ୍ତି । ମହାରଣା କନ୍ଧମାଳ ଜିଲ୍ଲା ବାଲିଗୁଡା ସୁଣ୍ଡ୍ରା ଉଚ୍ଚ ବିଦ୍ୟାଳୟରେ (ଆଶ୍ରମ) ରେ ପ୍ରଧାନ ଶିକ୍ଷକ ଭାବରେ କାର୍ୟ୍ୟ କରୁଛନ୍ତି । ସେ ତାଙ୍କ ଏବଂ ପରିବାର ମାସକୁ ୨/୩ ଥର ଗ୍ରାମକୁ ଆସନ୍ତି । ଶନିବାର ଦିନ ଆସନ୍ତି ଏବଂ ସୋମବାର ଦିନ ଯାଆନ୍ତି । କିନ୍ତୁ ଏବେ ଶୁକ୍ରବାର ଦିନ ସନ୍ଧ୍ୟା ୬ ଟା ସମୟ ରେ ଆସି ଦେଖିଲେ ତାଙ୍କ ଘରର ମୁଖ୍ୟ ଫାଟକ ର ଗ୍ରୀଲି ଭଙ୍ଗା ଯାଇଛି । ଘରର ତାଲା ସବୁ ତଳେ ପଡ଼ିଛି । ଦେଖିଲା ବେଳକୁ ଏସି, ବଡ଼ ଟିଭି, ପାଣି ମୋଟର, ଇନଭୋଟର, ସିଲେଇ ମେସିନ, ସିନ୍ଦୁକରୁ ବାସନ କୁସନ୍, ଏବଂ ତିନୋଟି ଗଦ୍ରେଜ୍ ଭାଙ୍ଗି ସୁନା ହାର ଓ ସୁନା ଜିନିଷ ନେ଼ଇ ଯାଇଛନ୍ତି । ଯାହାକି ଲକ୍ଷାଧିକ ଟଙ୍କାର ଜିନିଷ କଲାକନା ବୁଲାଇ ଦେଇଛନ୍ତି । ଏହା ଦେଖିବା ପରେ ମହାରଣା ଦଶପଲ୍ଲା ଥାନା ରେ ଲିଖିତ ଅଭିଯୋଗ କରିବା ପରେ ଦଶପଲ୍ଲା ଥାନା ର ନୂତନ କରି ଯୋଗ ଦେଇଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ ଏବଂ ତାଙ୍କ କର୍ମଚାରୀ ଯଥା ସ୍ନେହଲତା ପ୍ରଧାନ, ତାରାକାନ୍ତ ପଟ୍ଟନାୟକ, ସୁବାସ ଜାନି, ଏବଂ ମଧ୍ୟଖଣ୍ତ ଫାଣ୍ଡିର ରଂଜନ କୁମାର ସାହୁ ଙ୍କୁ ଆସି ସମସ୍ତ ବିଷୟ ଅନୁଧ୍ୟାନ କରି ଯାଇଛନ୍ତି।





