ବରଗଡ଼, (ବାଘୁଆବାର୍ତ୍ତା): ଜମି ବାଡ଼ି ବିବାଦକୁ ନେଇ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜମି ପାଇଁ ବାପାକୁ ହତ୍ୟା କରିଛି ପୁଅ । ଏଭଳି ଏକ ଘଟଣା ବରପାଲି ଥାନା ପିପିଲିପାଲି ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୁଅ ବାପାକୁ ରଡ୍ରେ ପିଟିପିଟି ହତ୍ୟା କରିବା ପରେ ଜାଳିଦେଇଛି । ପୁଅ ହରି ପ୍ରଧାନଙ୍କୁ ଥାନାରେ ଅଟକ ରଖାଯାଇଛି । ଘଟଣାସ୍ଥଳରେ ବରପାଲି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।





