Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅନୈତିକ ସମ୍ପର୍କ, ଜୀବନ ହାରିଲେ ମହିଳା

by ସଞ୍ଜୟ ସ୍ୱାଇଁ
July 8, 2022
in Crime, State
ଅନୈତିକ ସମ୍ପର୍କ, ଜୀବନ ହାରିଲେ ମହିଳା
226
VIEWS
Share on FacebookShare on Twitter

ଖଲ୍ଲିକୋଟ୍‌, (ବାଘୁଆବାର୍ତ୍ତା): ଅସହ୍ୟ ହେଲା ଲୋକ ଲଜ୍ଜ୍ୟା! ସହିପାରିଲେନି ଗାଁ ଲୋକଙ୍କ ଟାହି ଟାପରା। ଶେଷରେ ବିଷ ପିଇ ଜୀବନ ହାରିଲେ ମହିଳା। ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ଖଲ୍ଲିକୋଟ ଥାନା ତେନ୍ତୁଳିଆପଲ୍ଲୀ ପଞ୍ଚାୟତ ବାଗଲପୁର ଗାଁର ସୁଶାନ୍ତ ସ୍ୱାଇଁ କୁଆଡେ ମହିଳାଙ୍କ ସହିତ ଦୀର୍ଘ ଦିନ ଧରି ଅନୈତିକ ସମ୍ପର୍କ ରଖିଥିଲେ। ବାରମ୍ୱାର ତାଙ୍କ ଘରକୁ ଯାଉଥିଲେ। ଗୁରୁବାର ମଧ୍ୟ ରାତିରେ ମହିଳାଙ୍କ ଘରକୁ ସୁଶାନ୍ତ ଯାଇଥିଲେ। ଏହା ଦେଖି ସାହି ପଡ଼ିଶା ତାଙ୍କୁ କାବୁ କରିନେଇ ଥିଲେ। ଏହା ପରେ ଗାଁରେ କଙ୍ଗାରୁ କୋର୍ଟ ବସି ଥିଲା। କଙ୍ଗାରୁ କୋର୍ଟର ନିଷ୍ପତ୍ତି ମୁତାବକ ସୁଶାନ୍ତଙ୍କୁ ଗାଁ ଲୋକେ ଲଣ୍ଡା କରି ତା’ ମୁଣ୍ଡ ଓ ମୁହଁରେ ଚୁନ କଳା ବୋଳି ଥିଲେ। ବେକରେ ଚପଲ ମାଳ ପକାଇ ଥିଲେ। ତା’ପରେ ତାଙ୍କୁ ଗାଁ ସାରା ବୁଲାଇ ଥିଲେ। ଖବର ପାଇଁ ଗାଁରେ ପହଞ୍ଚିଥିଲା ପୁଲିସ୍‌। ଗାଁ ଲୋକଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରିବା ଥାନାକୁ ନେଇଥିଲା ଖଲ୍ଲିକୋଟ ଥାନା ପୁଲିସ। ଏହି ଖବର ପ୍ରଚାରିତ ହେବା ପରେ ଲୋକ ଲଜ୍ଜ୍ୟା ସହି ନ ପାରି ମହିଳା ଜଣଙ୍କ ବିଷ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!