Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨ଜଣକୁ ନିର୍ମମ ହତ୍ୟା

by ସଞ୍ଜୟ ସ୍ୱାଇଁ
July 8, 2022
in Crime, State
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨ଜଣକୁ ନିର୍ମମ ହତ୍ୟା
85
VIEWS
Share on FacebookShare on Twitter

ଆଠଗଡ, (ବାଘୁଆବାର୍ତ୍ତା): ଆଠଗଡ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଉପର ଛକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟା । ପ୍ରଥମେ ସଂଘବଦ୍ଧ ଆକ୍ରମଣ, ପରେ ଦୁଇ ଜଣଙ୍କୁ ଗାଡି ଚଢାଇ ହତ୍ୟା କରିବା ପରେ ଫେରାର ହୋଯାଇଛନ୍ତି ଦୁର୍ବୃତ୍ତ । ଭାପୁର ଅଞ୍ଚଳରୁ ନିଜର ଝିଅ ବାହାଘର ପାଇଁ ଜିନିଷ ପତ୍ର ଘରକୁ ଫେରୁଥିବା ସମୟରେ କିଛି ଲୋକ ସେମାନଙ୍କୁ ଅଟକାଇ ପ୍ରଥମେ ଝଗଡ଼ା ଆରମ୍ଭ କରିଥିଲେ । ପରେ ସେମାନଙ୍କୁ ଏକ ଟ୍ରକ ଚଢାଇ ହତ୍ୟା କରିଛନ୍ତି । ମୃତକ ମାନେ ହେଲେ ଭିରୁଡ଼ା ଗରପଡା ହରିଜନ ସାହିର ଦୁଇ ଭାଇ ଶରତ ଦେହୁରୀ ଏବଂ ଲକ୍ଷ୍ମଣ ଦେହୁରୀ । କେହି କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତ ମାନେ ଅତି ଚତୁରତାର ସହ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ତାଙ୍କୁ ମରଣାନ୍ତ ଆକ୍ରମଣ କରିବା ସହିତ ଏକ ଖଣ୍ଡାରେ ହାଣି ଥିଲେ । ପରେ ପ୍ରମାଣ ନଷ୍ଟ କରିବା ନିମନ୍ତେ ଟ୍ରକ ଚଢାଇ ଦୁଘଟଣାର ରୂପ ଦେଇଥିବା କହିଛନ୍ତି । ସୂଚନା ଥାଉକି, ହୋଲି ଦିନ ପୁରୁଣା କଟକ ସମ୍ବଲପୁର ରାସ୍ତା ପଶ୍ଚିମଶ୍ୱର୍ ମନ୍ଦିର ନିକଟରେ ଥିବା ସମ୍ପର୍କ ହୋଟେଲରେ ମୃତକ ମାନେ ଝଗଡ଼ା ସହିତ ହୋଟେଲର ଆସବା ପତ୍ର ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ତିଗିରିଆ ପୋଲିସ୍ ପକ୍ଷରୁ ତିନି ଜଣଙ୍କୁ ଗିରଫ ମଧ୍ୟ କରିଥିଲା । ପରେ ଏହାର ଆପୋସ ସମାଧାନ କରିବା ସହିତ ସଂପୁକ୍ତ ହୋଟେଲ ମାଲିକଙ୍କୁ କ୍ଷତି ପୂରଣ ଦେଇ ଘଟଣାର ସମାଧାନ କରାଯାଇଥିଲା । ତେବେ ସେହି ଘଟଣାକୁ ନେଇ ସମ୍ପୁକ୍ତ ହୋଟେଲ ମାଲିକ ଏଭଳି କାଣ୍ଡ ଘଟାଇଛନ୍ତି କହିଛନ୍ତି ଗାଁର ସଭାପତି କହିଛନ୍ତି । ପୋଲିସ ଏହି ଘଟଣାରେ ହତ୍ୟା ମାମଲା ରୁଜୁ ତଦନ୍ତ କରିବା ସହିତ ଦୁର୍ବୃତ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଆଠଗଡ଼ ଏସଡିପିଓ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!