ନୟାଗଡ଼, (ବାଘୁଆବର୍ତ୍ତା): ନୟାଗଡ଼ ସଦର ଥାନା ପକ୍ଷରୁ ଚଢ଼ଉ କରାଯାଇ ଜଣେ ଦେଶୀ ମଦ ବେପାରୀକୁ ପୁଲିସ ଗିରଫ କରିଛି । ସୁଚନାନୁସାରେ ସଦର ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର ସନ୍ତୋଷ କୁମାର ନାହାକ ୨୦୦ ପ୍ୟାକେଟ ଦେଶୀ ମଦ ଯଦୁପୁର ଛକ ଉପରେ ବିକ୍ରି କରିବା ପାଇଁ ରଖିଥିଲା । ନୟାଗଡ଼ ସଦର ଥାନା ଅବକାରୀ ଆଇନ ଅନୁସାରେ କେସ ନଂ – ୧୦୩ ରେ ଏକ ମାମଲା ରୁଜ କରି ସନ୍ତୋଷକୁ କୋର୍ଟ ଚାଲାଣ କରିଛି । ନୟାଗଡ଼ ସଦର ଥାନା ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ ଙ୍କ ନିର୍ଦ୍ଦେଶ ମତେ ଏହି ଚଢ଼ଉ କରାଯାଇଥିଲା ।





