Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜମି କେଳେଙ୍କାରୀ ମାମଲା, ସବ-ରେଜିଷ୍ଟାର ଅଫିସ୍‌ର ବରିଷ୍ଠ କିରାଣୀ ଗିରଫ

by ସଞ୍ଜୟ ସ୍ୱାଇଁ
July 7, 2022
in Crime, State
ଜମି କେଳେଙ୍କାରୀ ମାମଲା, ସବ-ରେଜିଷ୍ଟାର ଅଫିସ୍‌ର ବରିଷ୍ଠ କିରାଣୀ ଗିରଫ
63
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ବଲାଙ୍ଗିରରେ ଏକ ଜମି କେଲେଙ୍କାରୀ ମାମଲାରେ ଗିରଫଦାରୀ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି କଣ୍ଟାବାଞ୍ଜି ସବ-ରେଜିଷ୍ଟାର ଅଫିସରେ କାର୍ୟ୍ୟରତ ବରିଷ୍ଠ କିରାଣୀ ଦୀପକ ବାଗଙ୍କୁ ଗିରଫ କରି ସଦର ପୁଲିସ କୋର୍ଟ ଚାଲାଣ କରିଛି । ଗତକାଲି ତହସିଲ ଅଫିସର ରେକର୍ଡ କିପର ମକରଧ୍ୱଜ କାଲସାଏଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏ ପର୍ୟ୍ୟନ୍ତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଲାଣି ପୁଲିସ। ଏହି ମାମଲାର ମୁଖ୍ୟ କାର୍ପଟଦାର କୁହାଯାଉଥିବା ବଲାଙ୍ଗିର ତହସିଲଦାର ମଘବାନ ବାଗ ଏବଂ ଅତିରିକ୍ତ ତହସିଲଦାର ହରେକୃଷ୍ଣ ରାଉତଙ୍କୁ ଗତକାଲି ରାଜ୍ୟ ସରକାର ନିଲମ୍ୱିତ କରିଥିବା ବେଳେ ପୁଲିସ ତଦନ୍ତକୁ ଆଗେଇ କେଳେଙ୍ଗାରୀରେ ସାମିଲ ଜଣଙ୍କ ପରେ ଜଣେ ଅଧିକାରୀମାନଙ୍କୁ ବାନ୍ଧିବାରେ ଲାଗିଛି। ଗତ ୪ ତାରିଖ ଦିନ ଜମି ମାଫିଆ ମାଧବ ପୃଷ୍ଟି ସହିତ ନକଲି ମାଲିକ ଏବଂ ଜଣେ ସାକ୍ଷୀ ଗିରଫ ହୋଇଥିଲେ। ଜମି କେଲେଙ୍କାରୀ ସମୟରେ ଦୀପକ ବାଗ ବଲାଙ୍ଗିର ସବ-ରେଜିଷ୍ଟାର ଅଫିସରେ କାର୍ୟ୍ୟରତ ଥିଲେ। ସେ ସମୟରେ ତହସିଲ ଓ ସବ-ରେଜିଷ୍ଟ୍ରାର ଅଫିସର ଅଧିକାରୀ ଓ କିରାଣୀ ମିସି କୋଟି କୋଟି ଟଙ୍କାର ଜମି ହଡପ କାରବାରରେ ସାମିଲ ଥିଲେ। ଏ ପର୍ୟ୍ୟନ୍ତ କିନ୍ତୁ ନିଲମ୍ୱିତ ହୋଇଥିବା ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଗିରଫ କରିନାହିଁ ପୁଲିସ। ଏନେଇ ବଲାଙ୍ଗିର ଏସ୍‌ଡିପିଓ କହିଛନ୍ତି, କାଗଜପତ୍ରର ଯାଞ୍ଚ କରାଯାଉଛି। ଆଉ ଯେଉଁମାନଙ୍କ ସଂପୃକ୍ତି ତଦନ୍ତରେ ଧରାପଡ଼ିବ ସେମାନଙ୍କୁ ଗିରଫ କରାଯିବ। ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସହର ଉପକଣ୍ଠ ଧୂମମରା ଗ୍ରାମ ଆଦର୍ଶ ବିଦ୍ୟାଳୟ ପଛକୁ ଲାଗି ରହିଥିବା ଏକ ମୂଲ୍ୟବାନ ଜମି କେଳେଙ୍କାରୀରେ ଏମାନଙ୍କ ସମ୍ପୃକ୍ତି ନଜର ଆସିଛି। ଏ ଜମିର ପ୍ରକୃତ ମାଲିକ ହେଉଛନ୍ତି ଧୁମାମରା ଗାଁର ହର୍ଷ ଷାଣ୍ଡ। ୨୦୦୫ରୁ ହର୍ଷଙ୍କ ମୃତ୍ୟୁ ହୋଇସାରିଥିଲେ ବି ଆଶ୍ଚର୍ୟ୍ୟଜନକ ଭାବେ ୨୦୨୧ରେ ତାଙ୍କ ନାଁରେ ଅନ୍ୟଜଣେ ବ୍ୟକ୍ତି ୫୦ ଡେସିମିଲ ଜମି ଚଞ୍ଚକତା କରି ହଡ଼ପ କରିନେଇଛି। ଏହି ଜମିର ମାଲିକାନାକୁ ମନଇଛା ବଦଳାଇବାରେ ତହସିଲଦାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବରିଷ୍ଠ କର୍ମଚାରୀଙ୍କ ସମ୍ପୃକ୍ତି ନଜର ଆସିଛି। ଯାହା ପ୍ରଶାସନିକ ଅଧିକାରୀଙ୍କ ସାଧୁତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!