Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ମତାନ୍ତରକୁ ନେଇ ପତ୍ନୀର ବେକ କାଟିଦେଲା ସ୍ୱାମୀ

by ସଞ୍ଜୟ ସ୍ୱାଇଁ
July 7, 2022
in Crime, State
ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ମତାନ୍ତରକୁ ନେଇ ପତ୍ନୀର ବେକ କାଟିଦେଲା ସ୍ୱାମୀ
63
VIEWS
Share on FacebookShare on Twitter

ଫୁଲବାଣୀ, (ବାଘୁଆବାର୍ତ୍ତା): ପତ୍ନୀର ବେକ କାଟି ଦେଇଛି ସ୍ୱାମୀ। କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନା ଅନ୍ତର୍ଗତ ବୁଡୁମାହା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଯାଇଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସୃଷ୍ଟି ସାମାନ୍ୟ ମତାନ୍ତରକୁ ନେଇ ଏଭଳି ଘଟଣା ଘଟିଛି। ଘଟଣାର ଶିକାର ହୋଇଥିବା ମହିଳା ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଡାକ୍ତରଖାନା ଶଯ୍ୟାରେ ସେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ତାଙ୍କ ନାମ ବିସ୍ମିତା ମଲିକ। ସୂଚନା ଅନୁସାରେ, ବୁଡ଼ୁମାହା ଗ୍ରାମର ବିସ୍ମିତାଙ୍କୁ ସୁଢୁମିଲା ଗାଁର ମଣ୍ଟୁ ମଲିକ ବିବାହ କରିଥିଲେ। ତେବେ କିଛି ଦିନ ତଳେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତରକୁ ନେଇ ପାରିବାରିକ ଝଗଡ଼ା ଆରମ୍ଭ ହୋଇଥିଲା। ତେଣୁ ବିସ୍ମିତା ଆସି ବାପା ଘରେ ରହୁଥିଲେ। ଏହା ପରେ ମଣ୍ଟୁ ବିଭିନ୍ନ ସମୟରେ ଶ୍ୱଶୁର ଘରକୁ ଆସି ନିଜ ପତ୍ନୀ ବିସ୍ମିତାଙ୍କ ସହିତ ଝଗଡ଼ା କରୁଥିଲା। ତେବେ ଆଜି ସକାଳେ ସେ ଶ୍ୱଶୁର ଘରକୁ ଆସି ଘରେ କେହି ନ ଥିବାର ସୁଯୋଗ ନେଇ ପତ୍ନୀ ବିସ୍ମିତାଙ୍କ ବେକକୁ ଏକ ଧାରୁଆ କଟୁରୀରେ କାଟିଦେଇଥିଲେ ଏବଂ ସେଠାରୁ ଦୌଡ଼ି ପଳାଇଥିଲେ। ଗ୍ରାମର କିଛି ଲୋକ ଏହା ଦେଖିବା ପରେ, ଘର ଲୋକଙ୍କ ସହାୟତାରେ ଆହତ ବିସ୍ମିତାକୁ ଗୁରୁତର ଅବସ୍ଥାରେ ପ୍ରଥମେ କ.ନୂଆଗାଁ ମେଡିକାଲ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ସେଠାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ। ଏ ନେଇଁ ବିସ୍ମିତାଙ୍କ ପରିବାର ଲୋକ କ.ନୂଆଗାଁ ଥାନାରେ ଏକ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଧରିବାକୁ ପଦକ୍ଷେପ ନେଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!