Sunday, September 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇଟି ସନ୍ତାନର ବାପା ପୂର୍ବତନ ପ୍ରେମିକାକୁ କଲେ ଟଣାଓଟରା, ଶେଷରେ ବନ୍ଧା ହେଲେ

by ସଞ୍ଜୟ ସ୍ୱାଇଁ
June 22, 2021
in Crime, State
ଦୁଇଟି ସନ୍ତାନର ବାପା ପୂର୍ବତନ ପ୍ରେମିକାକୁ କଲେ ଟଣାଓଟରା, ଶେଷରେ ବନ୍ଧା ହେଲେ
366
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିବାହିତ ଯୁବକଙ୍କ ପରକୀୟା ପ୍ରେମ ମହଙ୍ଗା ପଡିଲା । ପୂର୍ବତନ ପ୍ରେମିକାକୁ ଟଣାଓଟରା କରି ଥାନାକୁ ଟଣାହେଲେ ଦୁଇଟି ସନ୍ତାନର ବାପା ହୋଇଥିବା ରସିକିଆ ପ୍ରେମିକ । ଅଭିଯୁକ୍ତ ପ୍ରେମିକ ପ୍ରବର ହେଲେ ଖୋର୍ଦ୍ଧା ବଣିଆଟାଙ୍ଗିର ମାନସ ସାହୁ । ସେ ବିବାହିତ ଏବଂ ଦୁଇଟି ପିଲାର ବାପ । ଗଡଖୋର୍ଦ୍ଧା ନିକଟରେ ମାନସ ଏକ ନର୍ସିଂହୋମ କରିଥିଲେ । ସେଠାରେ କାମ କରୁଥିବା ଜଣେ ନର୍ସଙ୍କୁ ସେ ପ୍ରେମ କରୁଥିଲେ । ଲୁଚା ଛପାରେ ୪ ବର୍ଷ ଥିଲା ସଂପର୍କ । ପରବର୍ତ୍ତୀ ସମୟରେ ନର୍ସିଂ ହୋମଟି ବନ୍ଦ ହେବାପରେ ପ୍ରେମିକା ନର୍ସ ଜଣକ ଭୁବନେଶ୍ବର ଆସି ଆଉ ଏକ ନର୍ସିଂ ହୋମ୍‌ରେ କାମ କରୁଥିଲେ । ପରେ ପ୍ରେମିକଙ୍କ ଠାରୁ ଦୂରେଇଥିଲେ । ମାନସଙ୍କ ପ୍ରେମ ନିଶା ଖସିନଥିଲା । ଭୁବନେଶ୍ବରର ପାଣ୍ଡରାରେ ଏକ ନର୍ସିଂହୋମ୍‌ରେ କାମ କରୁଥିବା ପୂର୍ବତନ ପ୍ରେମିକାଙ୍କ ପାଖରେ ପହଞ୍ଚି ପ୍ରେମିକ ମାନସ ଜବରଦସ୍ତି ପ୍ରେମ ଜାହିର କରିଲେ । ଟଣା ଓଟରା ମଧ୍ୟ କଲେ। ଏହି ସବୁ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି । ଭିଜୁଆଲଟିରେ କିଭଳି ଜଣେ ବ୍ୟକ୍ତି ପୋଲିସ ହାତରୁ ବେକାବୁ ହୋଇ ଜଣେ ଯୁବତୀଙ୍କୁ ଗାଳିଗୁଲଜ କରୁଛି ତାହା ଜଣାପଡ଼ୁଛି । ଏପରିକି ପୋଲିସ ଆଗରେ ଏକ ନର୍ସିଂ ହୋମର କର୍ମଚାରୀଙ୍କୁ ଗୋଇଠା ପରେ ଗୋଇଠା ମାରି ଚାଲିଥିବାର ଦେଖାଯାଉଛି । ମାନସ ନର୍ସିଂହେମ୍‌ରେ ଯୁବତୀଙ୍କୁ ଟଣା ଓଟରା କରିବାରୁ ପରିସ୍ଥିତି ଅସମ୍ଭାଳ ହୋଇଥିଲା । ଖବର ପାଇ ମଞ୍ଚେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାନସଙ୍କୁ ଗିରଫ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!