ବାଲିଗୁଡ଼ା, (ବାଘୁଆବାର୍ତ୍ତା): ପାରିବାରିକ କଳହର କରୁଣ ପରିଣତି। ସ୍ଵାମୀର କଟୁରୀ ଚୋଟରେ ଚାଲିଗଲା ସ୍ତ୍ରୀ ଗୁରୁତର। କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ଲେତିଙ୍ଗିଆ ବୁହୁକିଆରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତରଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ଲେତିଙ୍ଗିଆ ଗାଁର ବିଷ୍ଟର ପ୍ରଧାନ ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଅଞ୍ଚଳର ମଣ୍ଟୁ ପ୍ରଧାନଙ୍କୁ ବିବାହ କରିଥିଲେ। କିଛି ଦିନ ହେବ ଉଭୟଙ୍କ ମଧ୍ୟରେ କଳହ ଲାଗି ରହିଥିଲା କ୍ଷ ସ୍ୱାମୀର ଗଞ୍ଜଣା ସହ୍ୟ କରିନପାରି ସ୍ତ୍ରୀ ବାପା ଘରକୁ ଚାଲି ଆସିଥିଲେ। ହେଲେ ଆଜି ମଣ୍ଟୁ ପ୍ରଧାନ ଉତ୍ୟକ୍ତ ହୋଇ ଲେତୀଙ୍ଗିଆ ଗାଁକୁ ଯାଇ ଏକ କଟୁରୀ ସାହାଯ୍ୟରେ ତାଙ୍କ ସ୍ତ୍ରୀଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଫଳରେ ବିଷ୍ଟର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପରିବାର ଲୋକଙ୍କ ଅଭିଯୋଗ ପରେ କ. ନୂଆଗାଁ ଥାନା ପୋଲିସ ଏହାର ତଦନ୍ତ କରୁଛି।





