ସୁବର୍ଣ୍ଣପୁର, (ବାଘୁଆବାର୍ତ୍ତା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା କେଉଟିପାଳି ଛକ ନିକଟରେ ଦମ୍ପତ୍ତିଙ୍କୁ ଅଭିନବ ଉପାୟରେ ଲୁଟ୍ ଉଦ୍ୟମ । ଦମ୍ପତ୍ତିଙ୍କୁ ମୁହିଁରେ ସ୍ପ୍ରେ ମାରି ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ପରେ ଦମ୍ପତ୍ତି ପାଟି କରିବାରୁ ସ୍ଥାନୀୟ ଲୋକେ ଲୁଟେରାମାନଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ସାରସମାଲ ଗାଁର ଗଣ୍ଡାରାମ ଭୋଇ ଓ ତାଙ୍କ ସ୍ତ୍ରୀ ସବିତା ଭୋଇ ସମ୍ବଲପୁରରୁ ବାଇକ୍ ଯୋଗେ ସୋନପୁର ଆସୁଥିଲେ । କେଉଟିପାଲିଠାରେ ତିନି ଜଣ ଲୁଟେରା ହଠାତ ତାଙ୍କ ବାଇକ୍କୁ ଅଟକାଇ ମୁହଁରେ ସ୍ପ୍ରେ ମାରି ଲୁଟ୍ ଉଦ୍ୟମ କରିଥିଲେ । ଦମ୍ପତ୍ତି ପାଟି କରିବାରୁ ଲୁଟେରାମାନେ ଫେରାର ହେବ ସମୟରେ ସ୍ଥାନୀୟ ଲୋକମାନେ ଲୁଟେରାମାନଙ୍କୁ କାବୁ କରିଥିଲେ । ପରେ ଲୁଟେରାମାନଙ୍କୁ ସ୍ଥାନୀୟ ଲୋକେ ଉଲୁଣ୍ଡା ପୋଲିସର ଜିମା ଦେଇଛନ୍ତି । ଉଲୁଣ୍ଡା ପୋଲିସ ତିନି ଜଣ ଲୁଟେରାଙ୍କୁ ଅଟକ ରଖି ତଦନ୍ତ ଅରମ୍ଭ କରିଛି। ଲୁଟେରାମାନେ ସୋନପୁର ଜିଲ୍ଲା ରାମପୁର ଅଞ୍ଚଳର ବୋଲି ଜଣାପଡିଛି ।





