ନୂଆପଡା, (ବାଘୁଆବାର୍ତ୍ତା): ଏଟିଏମ ରେ ଟଙ୍କା ଭରିବା ନେଇ ଗାଡିରେ ଟଙ୍କା ଧରି ଯାଉଥିବା ବେଳେ ୫୭ ଲକ୍ଷ ଟଙ୍କା ଧରି ଗାଡି ଡ୍ରାଇଭର ଫେରାର ହୋଇଯାଇଛି । ନୂଆପଡା ବଲାଙ୍ଗିର ସୀମାନ୍ତ ଭଲିଆ ସିକୁଆଁ ପାଖ ଭରୁଆକାନୀ ଜଙ୍ଗଲ ରୁ ଗାଡି ଉଦ୍ଧାର ହୋଇଛି। ସିକ୍ୟୁରିଟି ଗାର୍ଡ ଏବଂ ସିଏମଏସ କର୍ମଚାରୀ ଙ୍କ ଅବହେଳା ରୁ ଘଟିଛି ଏଭଳି ଘଟଣା । ଗାଡିରେ ୫୭ ଲକ୍ଷ ଟଙ୍କା ନେଇ ବୋଡେନ,ସିନାପାଲି ଅଞ୍ଚଳର ବିଭିନ୍ନ ଏଟିଏମରେ ଟଙ୍କା ଭର୍ତ୍ତି କରିବାର ଥିଲା। ବ୍ୟାଙ୍କରୁ ଟଙ୍କା ଆଣି ଭ୍ୟାନରେ ରଖିବା ପରେ ସିକ୍ୟୁରିଟି ଗାର୍ଡ ସହ ଅନ୍ୟ ଦୁଇ କର୍ମଚାରୀ ଙ୍କୁ ନ ନେଇ ଡ୍ରାଇଭର ଭ୍ୟାନ ନେଇ ଫେରାର ହୋଇଯାଇଥିଲା। ନୂଆପଡା ବଲାଙ୍ଗିର ସିମାନ୍ତ ଭଲିଆ ସିକୁଆଁ ପାଖ ଭରୁଆକାନୀ ଜଙ୍ଗଲ ରୁ ଗାଡି ପୋଲିସ ଉଦ୍ଧାର କରିଛି। ଘଟଣା ସ୍ଥଳରେ ଖରିଆର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।





