ସୁବର୍ଣ୍ଣପୁର, (ବାଘୁଆବାର୍ତ୍ତା): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ପକ୍ଷରୁ ସୋନପୁର ସହର ପଟାଭାଡି ନିକଟରୁ କଫ୍ ସିରପ୍ ବୋତଲ ଜବତ ହୋଇଛି । ତିନି ଜଣ ଯୁବକ ଏକ ସ୍କୁଟି ଯୋଗେ ସୋନପୁର ସହରରୁ ଆଣୁଥିବା ବେଳେ ସୋନପୁର ପୋଲିସ ମାଡିବସିଥିଲା । ଶହେଟି କଫ୍ ସିରପ୍ ବୋତଲ ଜବତ କରିବା ସହ ୩ ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ତିନି ଜଣ ହେଲେ ଉତ୍ତମ ବେହେରା, ଭଗବାନ ସାହୁ ଏବଂ ମାନସ ପାଢୀ । ସମସ୍ତଙ୍କ ଘର ସୋନପୁର ସହରର ବୋଲି ଜଣାପଡିଛି । ଏହି କଫ୍ ସିରପ୍ ସବୁ ନିଶା କାରବାରରେ ବ୍ୟବହାର ହେଉଥିବା ଜଣାପଡିଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।





