ଦଶପଲ୍ଲା, (ବାଘୁଆବାର୍ତ୍ତା): ଦିନକୁ ଦିନ ଏ ସଭ୍ୟ ସମାଜର ମଣିଷ ଅସଭ୍ୟ ଦିଗକୁ ଗତିକରିବାରେ ଲାଗିଛି । ଏଭଳି ଘଟଣା ଆମ ରାଜ୍ୟରେ ଏକ ବ୍ୟାଧି ଭାବେ ବଢି ଚାଲିଛି । ତେବେ ଏମିତି ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦଶପଲ୍ଲା ଥାନା ଅନ୍ତର୍ଗତ ଜଉବନ ଗ୍ରାମରେ । ଏହି ଗ୍ରାମରେ ଜିତୁ ଖିଲାର ପେଶା ରେ ଜଣେ ରାଜମିସ୍ତ୍ରୀ ସେ ହିନ୍ଦୁ ଧର୍ମର ରୀତି ନୀତି ଅନୁଯାୟୀ ସ୍ତ୍ରୀ ତଅପୋଇ ଖିଲାରଙ୍କ ହାତ ଧରି ବିବାହ କରିଥିଲେ । ବିବାହ ପରେ ବେଶ୍ ହସଖୁସିରେ ସଂସାର ଚାଲିଥିଲା। ସେ ତିନୋଟି ସନ୍ତାନର ମା ମଧ୍ୟ ହୋଇଛନ୍ତି ତଥାପି ଅନ୍ୟ ଏକ ପର ପୁରୁଷ ପ୍ରେମରେ ଏତେ ମାତ୍ରାରେ ବିଭୋଳ ହୋଇଗଲେ ଯେ ତିନିଜଣ ସନ୍ତାନ,ସ୍ବାମୀ,ଶାଶୁ , ଶଶୁରଙ୍କୁ ଛାଡି ଘରର ପଛ ପଟ ରାସ୍ତାରେ ଅନ୍ୟ ଏକ ପୁରୁଷ ସହ ଚମ୍ପଟ ମାରିଲେ । ଏ ସବୁକୁ ନେଇ ଦଶପଲ୍ଲା ଥାନାର ଦ୍ବାରସ୍ଥ ହେଲେ ସ୍ବାମୀ ଜିତୁ ଖିଲାର। ଦଶପଲ୍ଲା ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏକ ମାମଲା ରୁଜୁ କରିବା ସହିତ ଅଧିକ ତଦନ୍ତ ଜାରୀରଖିଛି । ତେବେ ନିଜ ମାଙ୍କୁ ନପାଇ ବେସାହାରା ହୋଇପଡିଛନ୍ତି ତିନି ସନ୍ତାନ । ଏହି ଘଟଣାକୁ ଅନୁଧ୍ୟାନ କଲେ ଜଣା ପଡ଼ୁଛି ପ୍ରେମ ମାନେନାହିଁ ବୟସ, ବନ୍ଧନ,ପରିବାର, ଓ ଲାଞ୍ଛନା । ଆଜି ଅନ୍ୟ ଜଣଙ୍କ ପ୍ରେମରେ ଅନ୍ଧ ହୋଇଯାଇଛନ୍ତି ତଅପୋଇ । ଆଜିବି ଲୁହ ଛଳ ଛଳ ଆଖିରେ ଛୁଆ ମାନେ ଅପେକ୍ଷା ରେ ଚାହିଁ ରହିଛନ୍ତି କେବେ ଫେରିବ ଆମ ମା”…..।





