ଆଠଗଡ, (ବାଘୁଆବାର୍ତ୍ତା): ଆଠଗଡ ଥାନା ଅନ୍ତର୍ଗତ ରାଉତରାପୁର ଗ୍ରାମ ରାସ୍ତା ପାର୍ଶ୍ଵରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମ ସମ୍ମୁଖରେ ଥିବା ଏକ କାଜୁ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ପରିଚୟ ମିଳି ନାହିଁ। ମୃତଦେହ ଝୁଲୁଥିବା ବେଳେ ଯୁବକଙ୍କ ପକେଟରେ ମୋବାଇଲ ରିଙ୍ଗ ହେଉଥିଲା କିଛି ଦୂରରେ ଏକ ବାଇକ ଥୁଆ ହୋଇଛି । ଏହା ହତ୍ୟା କି ଆତ୍ମହତ୍ୟା ସନ୍ଦେହ ଘେରରେ ରହିଛି ଓ ଖବର ପାଇ ଘଟଣା ସ୍ଥଳରେ ଆଠଗଡ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ପୋଲିସ ଘଟଣାର ତଦନ୍ତ କରୁଛି।





