ଲମତାପୁଟ, (ବାଘୁଆବାର୍ତ୍ତା): ଲମତାପୁଟ ପୋଲିସକୁ ବଡ଼ ସଫଳତା। ଜଲାପୁଟରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ଲମତାପୁଟ ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି.ପିଓ.ଙ୍କ ନେତୃତ୍ଵରେ ଲମତାପୁଟ ପୋଲସ ସିଲେଇପୁଟ ନିକଟରେ ନାକାବନ୍ଦୀ କରି ଜଗି ରହିଥିଲା । ଖବର ମୁତାବାକ କମାଣ୍ଡର ଗାଡିଟି ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସ ଅଟକାଇଥିଲେ। ପୁଲିସକୁ ଦେଖି ଗାଡି ବ୍ୟାରିକେଡ୍ ଭାଙ୍ଗି ଚାଲି ଯାଇଥିଲା । ପୋଲିସ ପିଛା କରିବା ଦେଖି କିଛିବାଟ ଯିବା ପରେ ଗାଡି ଛାଡ଼ି ଡ୍ରାଇଭର ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ତେବେ ଗାଡିଟିକୁ ଯାଞ୍ଚ୍ କରିବାରୁ ସେଥିରୁ ୧୦ଟି ଗଞ୍ଜେଇ ବସ୍ତା ଜବତ ହୋଇଛି। ୧୦ଟି ବସ୍ତାରେ ପ୍ରାୟ ୩ କୁଇଣ୍ଟାଲ ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୩୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ନମ୍ବର ବିହୀନ ଗାଡି ସ୍ଥାନୀୟ ଅଞ୍ଚଳରୁ ଗଞ୍ଜେଇ ଆଣି ବାହାର ରାଜ୍ୟରୁ ଆସିଥିବା ଗଞ୍ଜେଇ ମାଫିଆଙ୍କ ଗାଡିରେ ଦେବା ପାଇଁ ବ୍ୟବହାର କରାଯାଉ ଥିଲା। ଏହି କାରବାରରେ ସ୍ଥାନୀୟ ଯୁବକଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିଥିବା ପୋଲିସ ସୂଚନା ଦେଇଛି।





